୮ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କଲା ନାବାଳିକା

ଗୁରୁଗ୍ରାମ : ଦେଶରେ ଦୁଷ୍କର୍ମ ରୋକିବାକୁ ନେଇ ଅନେକ ଆନ୍ଦୋଳନ ଚାଲିଥିବା ବେଳେ ଏଭଳି ପରିସ୍ଥିତିରେ ସୁଧାର ଆଣିବା ପାଇଁ ସରାକାର ଚେଷ୍ଟା ଚଳାଇଛନ୍ତି । ଏତେ ସବୁ ପରେ ମଧ୍ୟ ଦେଶର ପ୍ରତି କୋଣରେ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି । ପୂର୍ବରୁ କଠୁଆ ଏବଂ ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ଏବେ ଗୁରୁଗ୍ରାମରେ ପୁଣି ଥରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । ଅଭିଯୋଗ ପାଇବା ପରେ ଘଟଣାକୁ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

Trendli.NET

ସୂଚନା ମୁତାବକ, ପୀଡ଼ିତାଙ୍କ ସଂପର୍କିୟଙ୍କ ବିୟୋଗ ହୋଇ ଯାଇଥିବାରୁ ପରିବାର ଲୋକେ ସେଠାକୁ ଯାଇଥିଲେ । ସେଠାରୁ ରାତି ୨.୩୦ରେ ଘରକୁ ଫେରିବା ପରେ ପୀଡ଼ିତାଙ୍କୁ ଘରେ ନ ପାଇ ପରିବାର ଲୋକେ ଚାରିଆଡ଼େ ଖୋଜିବା ଆରମ୍ଭ କରିଥିଲେ । କିଛି ସମୟ ପରେ ଅଚେତ୍‌ ଅବସ୍ଥାରେ ପୀଡ଼ିତାଙ୍କୁ ରାସ୍ତା କଡ଼ରୁ ଉଦ୍ଧାର କରାଯାଇଥିଲା । ଚେତା ଫେରିବା ପରେ ପୀଡ଼ିତା ଜଣଙ୍କ ପୂରା ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ସେ କହିଥିଲେ, ‘ଘରେ କେହି ନ ଥିବା ବେଳେ ୮ଜଣ ମୋତେ ଘରୁ ନେଇ ଏକ ଜଙ୍ଗଲରେ ମୋ ସହ ଗଣଦୁଷ୍କର୍ମ କରିଥିଲେ । ଏହା ପରେ ମୋତେ ଧମକାଇବା ସହ ରାସ୍ତା କଡ଼ରେ ଫିଙ୍ଗି ଦେଇଥିଲେ ।’ ୮ଜଣଙ୍କ ମଧ୍ୟରୁ ପୀଡ଼ିତା ୪ଜଣଙ୍କ ନାମ କହିଥିବା ବେଳେ ବାକି ୪ଜଣ କିଏ ବୋଲି କହି ପାରି ନଥିଲେ । ଘରେ ସବୁ ଜଣାଇବା ପରେ ଶୌଚାଳୟ ଯାଇ ସେ ଆତ୍ମହତ୍ୟା କରିଥିଲେ । ଏ ନେଇ ପୁଲିସକୁ ଏତଲା ଦିଆଯିବା ପରେ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର