ଜମି ଦେବା ନାଁରେ ୧୭ଲକ୍ଷ ଟଙ୍କା ଠକେଇ, ବିଲଡର୍‌ ଗିରଫ

ଭୁବନେଶ୍ୱର: ଜମି ଦେବା ନାଁରେ ୧୭ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ୱର ଥାନା ପୁଲିସ ଜଣେ ବିଲଡର୍‌କୁ ଗିରଫ କରିଛି। ସେ ହେଲେ, ଚକେଇସିଆଣି ଗାୟତ୍ରୀ ନିବାସ ଅଞ୍ଚଳର ବିବେକାନନ୍ଦ ସାମଲ (୫୩)। ପୁଲିସ ସୂଚନା ମୁତାବକ, ସପ୍ତସତୀ ମନ୍ଦିର ଅଞ୍ଚଳରେ ପୂଜା କନଷ୍ଟ୍ରକସନ୍‌ ନାମରେ ବିବେକାନନ୍ଦଙ୍କ ଏକ ବିଲଡର୍‌ ସଂସ୍ଥା ରହିଛି। ୨୦୧୧ ମସିହାରେ ରେଣୁବାଳା ବେହେରା ନାମକ ଜଣେ ମହିଳାଙ୍କୁ ଚକେଇସିଆଣି ଅଞ୍ଚଳରେ ଜମି ଦେବାକୁ କହି ବିବେକାନନ୍ଦ ତାଙ୍କଠାରୁ ୧୭ଲକ୍ଷ ଟଙ୍କା ନେଇଥିଲେ। ତେବେ ବିବେକାନନ୍ଦ ଯେଉଁ ଜମିକୁ ରେଣୁବାଳାଙ୍କ ନାମରେ ରେଜିଷ୍ଟ୍ରେସନ କରାଇଥିଲେ, ତାହା ଆଉ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରିଥିଲେ। ରେଣୁବାଳା ଏ ସଂପର୍କରେ ଜାଣିବା ପରେ ଟଙ୍କା ଫେରସ୍ତ ପାଇଁ ବିବେକାନନ୍ଦଙ୍କୁ କହିଥିଲେ। କିନ୍ତୁ ଟଙ୍କା ଫେରାଇବା ବଦଳରେ ବିବେକାନନ୍ଦ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଏପରିକି ଟଙ୍କା ଫେରସ୍ତ କରିବା ବଦଳରେ ରେଣୁବାଳାଙ୍କୁ ଧମକ ଚମକ ଦେଇଥିଲେ। ଏ ସଂପର୍କରେ ରେଣୁବାଳା ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର