ଶିକ୍ଷୟତ୍ରୀଙ୍କ ସହ ଥିବା ଅନୈତିକ ସଂପର୍କକୁ ସ୍ୱୀକୃତି ନ ମିଳିବାରୁ ମା’କୁ ହତ୍ୟା କଲା ଝିଅ

ଗାଜିଆବାଦ୍‌ : ଅନୈତିକ ସଂପର୍କ ପାଇଁ ଜଣେ ଝିଅ ନିଜ ମା’କୁ ହତ୍ୟା କରିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଶିକ୍ଷୟତ୍ରୀଙ୍କ ସହ ଥିବା ଅନୈତିକ ସଂପର୍କକୁ ଘର ଲୋକେ ବିରୋଧ କରିବାରୁ ଅଭିଯୁକ୍ତ ଝିଅ ଏପରି କରିଥିଲେ ବୋଲି ଜଣା ପଡ଼ିଛି । ଘଟଣାଟି ମାର୍ଚ୍ଚ ୯ରେ ଘଟିବା ପରେ ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । କିନ୍ତୁ ରବିବାର ସେଠାରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜଣା ପଡ଼ିଛି । ଏହି ଘଟଣା ପରେ ଝିଅ ଫେରାର ଥିବା ବେଳେ ତାକୁ ଗିରଫ କରିବା ପାଇଁ ଝିଅର ବାପା ପୁଲିସରେ ଅଭିଯୋଗ କରିଥିବା ଜଣା ପଡ଼ିଛି ।
ମହିଳାଙ୍କ ସ୍ୱାମୀ ଦେଇଥିବା ସୂଚନା ମୁତାବକ, ନିଜ ଶିକ୍ଷୟତ୍ରୀଙ୍କ ସହ ତିନି ମାସ ହେଲା ଅନୈତିକ ସଂପର୍କ ଅଛି ବୋଲି ଜାଣିବା ପରେ ଆମେ ଝିଅକୁ ତାଗିଦ୍‌ କରିଥିଲୁ । କିନ୍ତୁ ସେ ଆମ କଥା ନ ମାନି ନିଜ ଶିକ୍ଷୟତ୍ରୀଙ୍କ ସହ ଘରୁ ପଳାଇଥିଲା । ଏ ନେଇ ଆମେ ପୁଲିସରେ ଏତଲା ଦେବା ପରେ ତାକୁ ଘରକୁ ଅଣା ଯାଇଥିଲେ । ଏଥିରେ ରାଗି ଯାଇ ମାର୍ଚ୍ଚ ୯ରେ ଘରେ କେହି ନଥିବା ବେଳେ ସେ ତା ମା’ଙ୍କୁ ଏକ ରଡ଼ରେ ମାରିବା ସହ ପୁଣି ଘରୁ ଲୁଚି ପଳାଇଥିଲା । କିଛି ସମୟ ପରେ ମୋ ସାନ ଝିଅ ସ୍କୁଲରୁ ଆସିବା ପରେ ନିଜ ମା’ଙ୍କୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିବା ଦେଖିବାକୁ ପାଇଥିଲା ।

www.summitcrimestoppers.org

ଏହା ପରେ ସେ ଏ ନେଇ ପୁଲିସକୁ ଖବର ଦେବା ସହ ତା’ ମା’ଙ୍କୁ ଡ଼ାକ୍ତରଖାନା ନେଇଥିଲା । ତାଙ୍କ ଅବସ୍ଥା ଧୀରେ ଧୀରେ ଖରାପ ହେବାରୁ ତାଙ୍କୁ ଦିଲ୍ଲୀର ଏକ ଡ଼ାକ୍ତରଖାନାକୁ ନିଆ ଯାଇଥିଲେ ମଧ୍ୟ ସେଠାରେ ତାଙ୍କୁ ରବିବାର ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ଏହି ଘଟଣା ଘଟିବା ପରଠାରୁ ମୋ ଝିଅ ଫେରାର ଅଛି ବୋଲି ତାଙ୍କ ବାପା ପୁଲିସକୁ ଜଣାଇବା ପରେ ୧୮ବର୍ଷିୟ ଝିଅ ଏବଂ ୩୫ ବର୍ଷିୟ ଶିକ୍ଷୟତ୍ରୀଙ୍କ ବିରୋଧରେ ଧାରା ୩୦୪ ଅନୁଯାୟୀ ମାମଲା ରୁଜୁ କରିଛି ପୁଲିସ ।

ସମ୍ବନ୍ଧିତ ଖବର