ଖଣ୍ଡଗିରି: ଶନିବାର ଖଣ୍ଡଗିରି ଥାନା ପୁଲିସ ୨ ଜଣ ପେସାଦାର ବାଇକ୍ ଲୁଟେରାଙ୍କୁ କୋର୍ଟ ଚାଲାଣ କରିଛି। ଗ୍ରିଲ୍ କାଟି ଘର ଅଗଣାରୁ ବାଇକ୍ ଉଠାଉଥିବା ଏହି ଦୁଇ ଚୋର ହେଲେ, ପୁରୀ ଜିଲ୍ଲା ଗଡ଼ିଶାଗୋଦା ଥାନା ଅନ୍ତର୍ଗତ ଅଡ଼ାଲ ବିନ୍ଦିପୁର ଗାଁର ପ୍ରଦୀପ ପାଇକରାୟ(୨୨) ଓ ଡେଲାଙ୍ଗ ଥାନା ଦେପୁର ଶାସନର ସୁମନ୍ତ ମଲ୍ଲିକ(୨୦) ଓରଫ୍ ନନ୍ଦୁ। ଏହି ଦୁଇ କୁଖ୍ୟାତ୍ ଲୁଟେରା ପୁରୀ ପେଣ୍ଠକଟା ଓ କୁମ୍ଭାରପଡ଼ା ଅଞ୍ଚଳରେ ରହୁଥିଲେ ବି ସେମାନେ କଟକ ଓ ରାଜଧାନୀରେ ଲୁଟ୍ପାଟ୍ କରୁଥିଲେ। ପୁଲିସ ସେମାନଙ୍କଠାରୁ ୮ଟି ବାଇକ୍ ଜବତ କରିଛି। ଗତ ୪ ତାରିଖ ବିଳମ୍ବିତ ରାତିରେ ଘାଟିକିଆ କଳିଙ୍ଗନଗର କେ-୩ଏ ପ୍ଲଟ ନମ୍ବର ୧୦୭୨ରେ ରହୁଥିବା ରବୀନ୍ଦ୍ର ମହାନ୍ତିଙ୍କ ଗ୍ଲାମର ବାଇକ୍(ଓଡି୩୩ଏ-୦୩୨୨) ଚୋରି ହୋଇଥିଲା। ମୁଖ୍ୟ ଫାଟକର ଗ୍ରିଲ୍ ତାଲା କାଟିବା ପରେ କେହି ଦୁର୍ବୃତ୍ତ ଏହି କାଣ୍ଡ କରିଥିଲେ। କିନ୍ତୁ ସିସିଟିଭିରେ ଏହି କାଣ୍ଡର ଚିତ୍ର କଏଦ୍ ହୋଇଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ ବେଳେ ଖଣ୍ଡଗିରି ଆଇଆଇସି ରଶ୍ମିରଞ୍ଜନ ମହାପାତ୍ର ଲୁଟେରା ପ୍ରଦୀପକୁ ଚିହ୍ନି ପାରିଥିଲେ। କଟକ ବାଦାମବାଡ଼ି ଅଞ୍ଚଳରେ ତାକୁ ଗତବର୍ଷ ମେ ମାସରେ ଗିରଫ କରଯାଇଥିଲା ଓ ସେତେବେଳେ ତା’ଠାରୁ ୭ଟି ବୁଲେଟ୍ ସମେତ ୨୫ଟି ବାଇକ୍ ଜବତ ହୋଇଥିଲା। ତେଣୁ ପ୍ରଦୀପକୁ ଗିରଫ କରିବା ପାଇଁ ଖଣ୍ଡଗିରି ଥାନା ପୁଲିସ ପୁରୀରେ ଡେରା ପକାଇଥିଲା। ମାତ୍ର ସେମାନଙ୍କୁ ପୁରୀରେ ଠାବ କରିବା ସମ୍ଭବ ହୋଇନଥିଲା। ସେମାନେ ଡେଲାଙ୍ଗ ଥାନା ଦେପୁର ଶାସନରେ ଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ଦୁଇଜଣଙ୍କୁ ଗିରଫ କରିଥିଲା। ପରେ ସେମାନଙ୍କଠାରୁ ୮ଟି ବାଇକ୍ ଜବତ କରାଯାଇଥିଲା।
୨ ବାଇକ୍ ଲୁଟେରା ଗିରଫ, ୮ ବାଇକ୍ ଜବତ
/sambad/media/post_attachments/wp-content/uploads/2019/07/arrest-6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)