କରଜ ଆଣିଥିବା ଟଙ୍କାକୁ ଫେରାଇ ନ ପାରିବାରୁ ନିଜର ଦୁଇ ପୁଅଙ୍କୁୁ ବିକି ଦେଇଥିଲେ ଚାଷୀ, ୬ ବର୍ଷ ବିତିବା ପରେ ହେଲା ଏଭଳି ଚମତ୍କାର

କୃଷ୍ଣାଗିରି : ଚାଷ କାମ ପାଇଁ ଟଙ୍କା ନ ଥିବାରୁ ସରବନନ ନିଜର ଜଣେ କୃଷକ ବନ୍ଧୁଙ୍କଠାରୁ ୨ହଜାର ଟଙ୍କା କରଜ କରିଥିଲେ । କିନ୍ତୁ ପରେ ସେ ଟଙ୍କାକୁ ସରବନନ ନିଜ ବନ୍ଧୁକୁ ଫେରାଇବାକୁ ସମର୍ଥ ହୋଇ ନ ଥିଲେ । ବାରମ୍ବାର ଟଙ୍କା ମାଗିବାରୁ ସରବନନ ନିଜର ଦୁଇ ପୁଅଙ୍କୁ ବିକ୍ରି କରି ୨ହଜାର ଟଙ୍କା ଆଣି ବନ୍ଧୁଙ୍କୁ ଦେଇଥିଲେ । ସରବନନଙ୍କ ଏଭଳି କାମ ବିଷୟରେ ଜାଣି ନ ଥିଲେ ତାଙ୍କ ସ୍ତ୍ରୀ ଏସ୍‌ ବଲ୍ଲୀ । କିଛି ଦିନ ନିଜ ପୁଅମାନଙ୍କ ଫେରିବା ବାଟକୁ ଚାହିଁ ବସିବା ପରେ ସରବନନ ଦୁଇ ପୁଅଙ୍କୁ ବିକିବା କଥା ଜଣାଇଥିଲେ । ସବୁ ଜାଣି ଏସ୍‌ ବଲ୍ଲୀ ଦୁଇ ପୁଅଙ୍କୁ ଖୋଜିଥିଲେ ମଧ୍ୟ କୌଣସି ଖୋଜ୍‌ ଖବର ମିଳି ନ ଥିଲା । କିନ୍ତୁ ଏବେ ୬ବର୍ଷ ପରେ ତାଙ୍କୁ ତାଙ୍କ ଦୁଇ ପୁଅ ମିଳିଯାଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ରେଭେନ୍ୟୁ ଡ଼ିଭିଜିନାଲ ଅଫିସର ଏବଂ ନ୍ୟାସ୍‌ନାଲ ଟ୍ରାଇବାଲ ସଲିଡ଼ାରିଟି କାଉନୁସିଲ(ଏସ୍‌ଏଏସ୍‌ସି)ର କର୍ମଚାରୀମାନଙ୍କ ମିଳିତ ଉଦ୍ୟମରେ ଏହା ସମ୍ଭବ ହୋଇଥିବା ଜଣାପଡ଼ିଛି ।

oneindia.com

ସୂଚନା ମୁତାବକ, ଦୁଇ ଦିନ ତଳେ ନ୍ୟାସ୍‌ନାଲ ଟ୍ରାଇବାଲ ସଲିଡ଼ାରିଟି କାଉନ୍ସିଲର କର୍ମଚାରୀଙ୍କୁ ଜଣେ ୧୧ବର୍ଷର ପିଲା ଏକ ନାଳ ପାଖରେ ବସିଥିବାର ମିଳିଥିଲା । ଏକା ବସିଥିବାର ଦେଖି ମାତା-ପିତା କିଏ ବୋଲି ପଚାରିବା ପରେ ଏସ୍‌ ଅରୁଣ କିଛି କହି ପାରି ନଥିଲେ । ଯାହା ପରେ ଏସ୍‌ଏଏସ୍‌ସିର କର୍ମଚାରୀ ତାଙ୍କୁ ଅଫିସ ଆଣି ଅନେକ ପଚରାଉଚରା କରିବା ପରେ ଏସ୍‌ ଅରୁଣ ନିଜ ଘରର ଠିକଣା କହିଥିଲେ। ଏହା ପରେ ଏସ୍‌ ଅରୁଣଙ୍କୁ ତାଙ୍କ ମା’ ଏସ୍‌ ବଲ୍ଲୀଙ୍କ ପାଖକୁ ନିଆ ଯାଇଥିଲା । ୬ବର୍ଷ ପରେ ଗୋଟେ ପୁଅକୁ ପାଇ ଏସ୍‌ ବଲ୍ଲୀ ଖୁସି ଥିବା ବେଳେ ଦ୍ୱିତୀୟ ସନ୍ତାନକୁ ଖୋଜିବା ଆରମ୍ଭ କରିଛି  ଏସ୍‌ଏଏସ୍‌ସି ଏବଂ ଆର୍‌ଡ଼ିଓ ଟିମ୍‌ ।

ସମ୍ବନ୍ଧିତ ଖବର