ଶୌଚାଳୟ ପାଇପ୍‌ ଭିତରୁ ଦୁଇ ଦିନର ଶିଶୁକନ୍ୟାର ମୃତ ଦେହ ଉଦ୍ଧାର, ମାତା-ପିତା ଫେରାର

ପାଲାକ୍କଡ଼(କେରଳ) : କେରଳର ପାଲାକ୍କଡ଼ ଅଞ୍ଚଳରୁ ଜଣେ ଦୁଇ ଦିନର ଶିଶୁକନ୍ୟାର ମୃତ ଦେହ ଉଦ୍ଧାର କରାଯାଇଛି । ଗୋଟେ କ୍ଲିନିକ୍‌ର ଶୌଚାଳୟ ପାଇପ୍‌ ଭିତରୁ ମୃତ ଦେହକୁ ଉଦ୍ଧାର କରାଯାଇଥିବା ଅଭିଯୋଗ ହୋଇଛି । କେହି ଜଣେ ଚିକିତ୍ସା କରାଇବା ବାହାନାରେ ଆସି ଏପରି କରିଥିବା କ୍ଲିନିକ୍‌ର ଡ଼ାକ୍ତର କହିଛନ୍ତି । ଏ ନେଇ ପୁଲିସକୁ ସୂଚନା ଦିଆଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସୂଚନା ମୂତାବକ, ଶୁକ୍ରବାର ସକାଳେ ଅବ୍‌ଦୁଲ ରେହମାନ ନାମକ ଜଣେ ଡ଼ାକ୍ତର ତାଙ୍କ ଘର ପାଖରେ ଥିବା କ୍ଲିନିକ୍‌ର ଶୌଚାଳୟରେ ପାଣି ଠିକ୍‌ ଭାବରେ ନ ଯିବାରୁ ସେ ପ୍ଲମ୍ବରକୁ ଡ଼ାକିଥିଲେ । ପ୍ଲମ୍ବର ଜଣଙ୍କ ଆସି ପାଇପ୍‌ ଦେଖିବା ପରେ ଭିତରେ କିଛି ଗୋଲାକାର ଆକାରରେ ଅଟକି ରହିଥିବାର ଦେଖିଥିଲେ । କିିଛି ସମୟ ପରେ ତାକୁ ବାହାର କରିବା ପରେ ତାହା ଜଣେ ଶିଶୁ କନ୍ୟାର ମୃତ ଶରୀର ବୋଲି ସେ ଜଣା ପଡ଼ିଥିଲା । ଏ ବିଷୟରେ ସେ ଡ଼ାକ୍ତରଙ୍କୁ ଜଣାଇବା ପରେ ଡ଼ାକ୍ତର ପୁଲିସକୁ ସୂଚନା ଦେଇଥିଲେ ।

City News

ଘଟଣା ସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ କରିବା ପରେ ଶିଶୁଟି ଦୁଇ ଦିନର ବୋଲି ଜଣା ପଡ଼ିଥିଲା । କେହି ଜଣେ ଚିକିତ୍ସା କରାଇବା ବାହାନାରେ ଆସି ଶୌଚାଳୟ ମଧ୍ୟରେ ପିଲା ଜନ୍ମ କରି ତାକୁ ଫିଙ୍ଗି ଦେଇଥିବା ପୁଲିସ ସନ୍ଦେହ କରୁଥିବା ବେଳେ ଅଭିଯୁକ୍ତ ମାତା-ପିତାଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର