୨ଲୁଟେରା ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ୱର: ଲୁଟ୍‌ପାଟ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ସାଲିଆସାହି ବସ୍ତି ବିକାଶ ପରିଷଦ ଅଞ୍ଚଳର ପ୍ରଦୀପ ଆଚାର୍ଯ୍ୟ (୧୯) ଓ ଚନ୍ଦନ ଦିଗଲ (୧୮)କୁ ଗିରଫ କରିଛି। ଏ ଦୁହିଁଙ୍କ ନିକଟରୁ ପୁଲିସ ୨ଟି ମୋବାଇଲ ଜବତ କରିଛି। ପୁଲିସ ସୂଚନା ମୁତାବକ, ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ସ୍ଥାନୀୟ ଅଞ୍ଚଳର ସମ୍ବିତ୍‌ ଗୁରୁ ନାମକ ଜଣେ ଯୁବକ ମଇଳାଟାଙ୍କି ନିକଟରୁ ଘରକୁ ଫେରୁଥିଲେ। ଏହି ସମୟରେ ସେଠାରେ ପୂର୍ବରୁ ଛକି ରହିଥିବା ପ୍ରଦୀପ ଓ ଚନ୍ଦଦ ତାଙ୍କଠାରୁ ମୋବାଇଲ ଛଡ଼ାଇ ନେଇଥିଲେ। ଏନେଇ ସମ୍ବିତ୍‌ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଆଜି ଉଭୟଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର