କାଠ ପଟା ଚୋରି କରି ୨ ଯୁବକ ଗିରଫ

ଚନ୍ଦ୍ରଶେଖରପୁର: ଦେଢ଼ ଲକ୍ଷ ଟଙ୍କାର କାଠ ପଟା ଚୋରି କରି ଗାଡ଼ିରେ ନେଉଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ଦୁଇଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଗାଡ଼ି ଜବତ କରିଛି। ସେମାନେ ହେଲେ, ବାଲିପାଟଣା ପୁରୋହିତପୁରର ବିଜୟ ସ୍ବାଇଁ(୨୯) ଓ ପ୍ରଶାନ୍ତ ନାୟକ(୩୧)। କିଛି ଦିନ ପୂର୍ବେ ସେମାନେ ଡମଣାରେ ଥିବା ଏକ କାଠପଟା ଗୋଦାମ ମାଲିକ ମନୋଜ ପରିଡ଼ାଙ୍କ ପାଇଁ ଏକ ଟ୍ରକ୍‌ରେ ୧୦୦ଖଣ୍ଡ ପଟା ଆଣି ଗୋଦାମରେ ରଖିଥିଲେ। ପରେ ସେଠାରୁ ୪୦ ଖଣ୍ଡ ଚୋରି କରି ନେଇ ଯାଇଥିଲେ। ‌ଏନେଇ ମନୋଜ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର