ଝିଅ ଭଳି ଚାଲିଚଳନ ଥିବାରୁ ପରିହାସ କରୁଥିଲେ ଲୋକେ, ଫେସ୍‌ବୁକ୍‌ରେ ସୁଇସାଇଡ୍‌ ନୋଟ ଲେଖି ଆତ୍ମହତ୍ୟା କଲେ ଯୁବକ

ଚେନ୍ନାଇ : ଜୁଲାଇ ୨ରେ ଦୁଇଟି ଫେସ୍‌ବୁକ ପୋଷ୍ଟ କରି ଆତ୍ମହତ୍ୟା କରିଥିଲେ ମୁମ୍ବାଇ ବାସିନ୍ଦା ଅବିଂଶୁ ପଟେଲ ଓରଫ ଅବି । ଗୋଟେ ଇଂରାଜୀ ଭାଷାରେ ଲେଖି ପୋଷ୍ଟ କରିଥିବା ବେଳେ ଅନ୍ୟ ପୋଷ୍ଟଟି ହିନ୍ଦୀ ଭାଷାରେ ଲେଖିଥିଲେ ଅବି । ଚେନ୍ନାଇରେ ସେ ଚାକିରି କରୁଥିବା ବେଳେ ଜୁଲାଇ ୩ରେ ତାଙ୍କ ମୃତଦେହ ସମୁଦ୍ର କୂଳରୁ ଉଦ୍ଧାର କରିଥିଲା ପୁଲିସ । ପରେ ଅବିଙ୍କ ମୃତଦେହ ବେବଚ୍ଛେଦ କରି ମୁମ୍ବାଇ ପଠାଇଥିଲା ପୁଲିସ ।

The News Minute

ଅବିଂଶୁ ନିଜ ସୁଇସାଇଡ୍‌ ନୋଟ୍‌ରେ, ମୁଁ ସମଲିଙ୍ଗୀ । ସମସ୍ତେ ଜାଣିଛନ୍ତି କି ମୁଁ ଜଣେ ଯୁବକ । କିନ୍ତୁ ମୁଁ ଯେଉଁଭଳି ଭାବେ, ଚାଲେ, ଅନୁଭବ କରେ, କଥା ହୁଏ ଏବଂ ଚିନ୍ତା କରେ, ତାହା ଏକ ଝିଅ ଭଳି । ଯାହା ବିଷୟରେ ମୋର କିଛି ବନ୍ଧୁଙ୍କ ଛଡ଼ା କେହି ବି ଜାଣି ନାହାନ୍ତି । ଲୋକମାନେ ମୋ ଚାଲିକୁ ନେଇ ପହିହାସ କରୁଥିଲେ ମଧ୍ୟ ମୁଁ ସତରେ କ’ଣ ସେମାନେ ଜାଣି ନାହାନ୍ତି । ଜାଣିବା ପରେ ଏ ସମାଜ ମୋତେ ଗ୍ରହଣ କରିବ ନାହିଁ । ମୋତେ କେହି ବୁଝି ପାରିବେ ନାହିଁ । ସେଥିପାଇଁ ମୁଁ ମୋ ଇଚ୍ଛାରେ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ଲେଖିଥିଲେ । ଏହା ସହ ନୋଟ୍‌ରେ କିଛି ସାଙ୍ଗ ଏବଂ ନିଜ ଭଉଣୀଙ୍କ ନାଁ ମଧ୍ୟ ଅବିଂଶୁ ଲେଖିଥିଲେ, ଯେଉଁମାନେ ସବୁ ଜାଣି ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ ।

ସମ୍ବନ୍ଧିତ ଖବର