କମ୍‌ ବୟସର ପୁଅ ସହ ପଳାଇଥିବା ୨୦ ବର୍ଷୀୟ ଝିଅକୁ ଟାଙ୍ଗିଆରେ ହାଣି ଦେଲେ ବାପା

ଜୟପୁର: ଅନର୍‌ କିଲିଙ୍ଗ୍‌ ବୋଲି ସନ୍ଦେହ କରାଯାଉଥିବା ଏକ ଘଟଣାରେ ଜଣେ ୨୦ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବାପା ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି। ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା ଅନ୍ତର୍ଗତ ଅନୁପଗଡ଼ ସହରରେ ନିଜ ଠାରୁ ସାନ ଜଣେ ପୁଅ ସହ ତାଙ୍କ ଝିଅ ଘରୁ ଲୁଚି ପଳାଇ ଯାଇଥିଲା ବୋଲି କୁହାଯାଉଛି।

ଶନିବାର ଦିନ ଅନୁପଗଡ଼ ସହର ଅନ୍ତର୍ଗତ ୨୭ଏ ଗାଁ’ରେ ଘଟିଛି ଏ ହତ୍ୟାକାଣ୍ଡ। ନିଜ କୋଠରିରେ ଶୋଇଥିବା ଝିଅକୁ ଏକ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଅଭିଯୁକ୍ତ ୪୫ ବର୍ଷିୟ ବଳବୀର ସିଂହ।

ନିଜ ଠାରୁ ସାନ ଜଣେ ପୁଅ ସହ ସେ ଝିଅର ସ୍ନେହ ସମ୍ପର୍କ ଥିଲା। ଉଭୟ ଏକା ସମ୍ପ୍ରଦାୟର। ପିତାମାତାଙ୍କ ରୋଷକୁ ଏଡ଼ାଇବା ପାଇଁ ଉଭୟ ଘରୁ ଲୁଚି ପଳାଇଥିଲେ।

ଯୁବତୀଙ୍କ ପିତାମାତାଙ୍କ ଅଭିଯୋଗ ଆଧାରରେ ପୁଲିସ ଉଭୟଙ୍କୁ ଧରିବା ପରେ ପରସ୍ପରର ବାହାଘର କରିବା ପାଇଁ ଉଭୟଙ୍କ ପରିବାରର ସଦସ୍ୟମାନେ ରାଜି ହେବାରୁ ମାମଲା ତୁଟି ଯାଇଥିଲା।

କିନ୍ତୁ, ଝିଅର ବାପା ଏ ନିଷ୍ପତ୍ତିରେ ସନ୍ତୁଷ୍ଟ ନ ଥିବାରୁ ଝିଅକୁ ମାରି ଦେବାକୁ ସ୍ଥିର କରିଥିଲେ।

ସମ୍ବନ୍ଧିତ ଖବର