୨୨ଗ୍ରାମ୍‌ ସୁନା ଓ ୪୦ ହଜାର ଟଙ୍କା ନେଇ ଲୁଟେରା ଫେରାର୍‌

ଭୁବନେଶ୍ବର: ଜଣେ ଯୁବକଙ୍କ ୨୨ଗ୍ରାମ ସୁନା ହାର ଓ ୪୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଏନେଇ ଆଇଆର୍‌ସି ଭିଲେଜ୍‌ର ମହେନ୍ଦ୍ର ସାହୁ ନାମକ ଜଣେ ଯୁବକ ଥାନାରେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ଗତ ୨୦ ତାରିଖ ସନ୍ଧ୍ୟାରେ ଆଇଆର୍‌ସି ଭିଲେଜ୍ ମହାଲକ୍ଷ୍ମୀ ମନ୍ଦିର ନିକଟରେ ବ୍ୟାଗକୁ ବାଇକ୍‌ ଉପରେ ରଖି ଜଳଖିଆ ଖାଉଥିଲେ। ଏହି ସମୟରେ କେହି ଦୁର୍ବୃତ୍ତ ତାଙ୍କ ବ୍ୟାଗ୍‌କୁ ଝାମ୍ପି ନେଇଥିଲା। ଯେଉଁଥିରେ ୨୨ଗ୍ରାମର ସୁାନା ହାର ଓ ୪୦ ହଜାର ଟଙ୍କା ଥିଲା। ଲୁଟ୍‌ ପରେ ଦୁର୍ବୃତ୍ତ ଆଖି ପିଛୁଳାକେ ସେଠାରୁ ଚମ୍ପଟ ମାରିଥିଲା। ଯାହର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌ ହୋଇଛି। ଏନେଇ ସେ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର