ଫେସ୍‌ବୁକ୍‌ ବନ୍ଧୁ ନିଶା ଦେଇ କଲା ଦୁଷ୍କର୍ମ, ଅଶ୍ଲୀଳ ଭିଡ଼ିଓ ତିଆରି କରି ମାସାଧିକ କାଳ ରଖିଲା ଶାରୀରିକ ସଂପର୍କ

ଗୁରୁଗ୍ରାମ : ଗୁରୁଗ୍ରାମରେ ଜଣେ ଯୁବତୀ ଫେସ୍‌ବୁକ୍‌ ବନ୍ଧୁଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଜଣା ପଡ଼ିଛି । ଦେଖା କରିବା ବାହାନାରେ ଡ଼ାକି ଅଭିଯୁକ୍ତ ଜଣଙ୍କ ପୀଡ଼ିତାଙ୍କ ମୃଦୁପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ । ପୀଡ଼ିତା ଅଚେତ୍‌ ହୋଇଯିବା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହ ଦୁଷ୍କର୍ମ କରିବା ସହ ସେ ସମୟର ଏକ ଅଶ୍ଲୀଳ ଭିଡ଼ିଓ ତିଆରି କରି ତାଙ୍କୁ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ । ପ୍ରାୟ ମାସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଅତ୍ୟାଚାରର ଶିକାର ହେବା ପରେ ପୀଡ଼ିତା ଏବେ ପୁଲିସରେ ଅଭିଯୋଗ କରିଥିବା ଜଣାପଡ଼ିଛି ।

The Kathmandu Post

ସୂଚନା ମୁତାବକ,ଗୁରୁଗ୍ରାମର ସେକ୍ଟର-୫ରେ ରହୁଥିବା ଜଣେ ଯୁବତୀ ବର୍ଷେ ପୂର୍ବରୁ ଫରିଦାବାଦ୍‌ରେ ରହୁଥିବା ରାହୁଲଙ୍କ ସହ ଫେସ୍‌ବୁକ୍‌ ମାଧ୍ୟମରେ କଥା ହେବା ଆରମ୍ଭ କରିଥିଲେ । କିଛି ଦିନ ପରେ ଏହା ପ୍ରେମରେ ବଦଳି ଯାଇଥିଲା । ରାହୁଲ ପୀଡ଼ିତାଙ୍କୁ ଦେଖା କରିବାକୁ ବାଧ୍ୟ କରିବାରୁ ଏପ୍ରିଲ ମାସରେ ପୀଡ଼ିତା ତାଙ୍କୁ ଦେଖା କରିବାକୁ ଯାଇଥିଲେ । ରାହୁଲ ତାଙ୍କୁ ବାହାରେ ଦେଖା କରିବା ପରିବର୍ତ୍ତେ ନିଜର ଜଣେ ସାଙ୍ଗ ଘରକୁ ନେଇ ତାଙ୍କୁ ନିଶା ଦେଇଥିଲେ । ପରେ ସେ ଅଚେତ୍‌ ହୋଇ ଯିବାରୁ ପରିସ୍ଥିତିର ଫାଇଦା ଉଠାଇ ରାହୁଲ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଚେତା ଫେରିବା ପରେ ସବୁ ଜାଣିବା ପୁଲିସରେ ଅଭିଯୋଗ କରିବି ବୋଲି କହିବାରୁ ରାହୁଲ ଅନ୍ତରଙ୍ଗ ମୁହୁର୍ତ୍ତର ରେକର୍ଡ଼ କରିଥିବା ଭିଡ଼ିଓକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ରାହୁଲଙ୍କ ଧମକରେ ଡ଼ରି ଯାଇ ପୀଡ଼ିତା ଚୁପ୍‌ ରହିବା ସହ ମାସେ ପର୍ଯ୍ୟନ୍ତ ଏହାର ଫାଇଦା ଉଠାଇ ଦୁଷ୍କର୍ମ କରି ଚାଲିଥିଲା ରାହୁଲ । କିନ୍ତୁ ଶେଷରେ ପ୍ରତିଦିନର ଅତ୍ୟାଚାରରୁ ଥକି ଯାଇ ପୀଡ଼ିତା ମହିଳା ଥାନାରେ ଯାଇ ଅଭିଯୋଗ କରିଥିଲେ । ପୁଲିସ ଏବେ ଅଭିଯୋଗ ଗ୍ରହଣ କରି ରାହୁଲଙ୍କୁ ଖୋଜିବା ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର