ନାବାଳକଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବତୀ ଗିରଫ

ବେଙ୍ଗାଲୁର: ଜଣେ ନାବାଳକଙ୍କୁ ଅପହରଣ ଓ ଦୁଷ୍କର୍ମ କରିବା ଅଭିଯୋଗରେ ବେଙ୍ଗାଲୁର ପୁଲିସ ଜଣେ ୨୪ ବର୍ଷୀୟ ଯୁବତୀଙ୍କୁ ଗିରଫ କରିଛି। ଯୁବତୀଙ୍କୁ ପୋକ୍ସୋ ଆକ୍ଟ ବଳରେ ଗିରଫ କରାଯାଇଛି। ଉଭୟ ପୀଡ଼ିତ ନାବାଳକ ଓ ଅଭିଯୁକ୍ତ ଯୁବତୀ ବେଙ୍ଗାଲୁର ଠାରୁ ୯୫ କିଲୋମିଟର ଦୂର କୋଲାବ ଗୋଲ୍ଡ ଫିଲ୍ଡ ଅଞ୍ଚଳର ଓ ପରସ୍ପରକୁ ଦୀର୍ଘ ଦିନ ହେଲା ଜାଣିଥିଲେ। ଉଭୟ ପୀଡ଼ିତ ନାବାଳକ ଓ ଅଭିଯୁକ୍ତ ଯୁବତୀଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିଲା, ଯେଉଁଥିରୁ ଉଭୟଙ୍କ ମଧ୍ୟରେ ଯୌନସମ୍ପର୍କ ସ୍ଥାପନ ହୋଇଥିବା ପ୍ରମାଣ ମିଳିଛି। ଅଭିଯୁକ୍ତ ଯୁବତୀ ଜଣକ ବିବାହିତା।


ମିଳିଥିବା ସୂଚନା ଅନୁଯାୟୀ, ୨୪ ବର୍ଷୀୟା ଯୁବତୀ ଜଣକ ବିବାହିତ ଓ ତାଙ୍କ ସ୍ୱାମୀଙ୍କର ପାନୀୟ ଜଳ ଯୋଗାଣ ବ୍ୟବସାୟ ରହିଛି। ଉଭୟଙ୍କ ଦୁଇ ବର୍ଷ ତଳେ ବିବାହ ହୋଇଥିଲା।ମାତ୍ର ସେମାନଙ୍କର କୌଣସି ସନ୍ତାନ ସନ୍ତତି ନ ଥିଲେ। ମାତ୍ର ପୀଡ଼ିତ ନାବାଳକ ଜଣକ ଏକ ସ୍କୁଲ ଡ୍ରପ୍‌ ଆଉଟ୍‌। ତେବେ ଗତ ଅକ୍ଟୋବର ମାସ ୨୪ ତାରିଖ ଦିନ ଉଭୟ ନିଖୋଜ ହୋଇଯାଇଥିଲେ। ୨୪ ତାରିଖ ରାତିରେ ଯୁବତୀଙ୍କ ସ୍ୱାମୀ ରବର୍ଟ ସୋନପତ ଥାନାରେ ତାଙ୍କ ସ୍ତ୍ରୀଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିବା ବେଳେ ପରଦିନ ସକାଳେ ନାବାଳକଙ୍କ ବାପା ମଧ୍ୟ ତାଙ୍କ ପୁଅ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଥିଲେ। ତେବେ ନାବାଳକର ବାପା ଥାନାକୁ ଆସିଥିବା ବେଳେ ନିଖୋଜ ଯୁବତୀଙ୍କ ଫଟୋ ଦେଖି ତାଙ୍କ ଫଟୋ ଏଠାରେ କାହିଁକି ଅଛି ବୋଲି ପୁଲିସକୁ ପଚାରିଥିଲେ। ପୁଲିସ ଯୁବତୀଜଣକ ନିଖୋଜ ଥିବା ନେଇ ଅଭିଯୋଗ ହୋଇଛି ବୋଲି କହିବାରୁ ନାବାଳକଙ୍କ ବାପା ଏହି ଯୁବତୀ ତାଙ୍କ ପୁଅକୁ ଅପହରଣ କରି ନେଇଛି ବୋଲି କହିବା ସହିତ ଉଭୟ ପରସ୍ପରକୁ ଦୀର୍ଘ ଦିନରୁ ଜାଣିଥିବା ପୁଲିସକୁ ସୂଚନା ଦେଇଥିଲେ।

ତେବେ ପ୍ରଥମେ ପୁଲିସ ନାବାଳକଙ୍କ ବାପାଙ୍କ କଥାକୁ ଗୁରୁତ୍ୱ ଦେଇ ନ ଥିଲେ। ମାତ୍ର ଯୁବତୀଙ୍କ ପଡ଼ୋଶୀଙ୍କୁ ପଚରାଉଚରା କରି ପୁଲିସ ଜାଣବାକୁ ପାଇଥିଲା ଯେ ନାବାଳକ ଓ ଯୁବତୀଙ୍କ ମଧ୍ୟରେ ସମ୍ପର୍କ ଥିଲା । ତା ପରେ ପୁଲିସ କୋଲାବ ଗୋଲ୍ଡ ଫିଲ୍ଡ ବସଷ୍ଟାଣ୍ଡ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସ୍କାନ କରି ଜାଣିବାକୁ ପାଇଥିଲା ଯେ ଉଭୟ ଆନ୍ଧ୍ରପଦେଶ କୁ ଯାଉଥିବା ଏକ ବସରେ ଚଢ଼ିଥିଲେ। ପରେ ଯୁବତୀଙ୍କ ସ୍ୱାମୀ କହିଥିଲେ ଯେ ଯୁବତୀ ଜଣକ ଘରୁ ୧.୫ ଲକ୍ଷ ଟଙ୍କା ମଧ୍ୟ ସାଙ୍ଗରେ ନେଇ ଯାଇଛନ୍ତି। ତା ପରେ ପୁଲିସ ଯୁବତୀଙ୍କ ମୋବାଇଲ ଫୋନ ଟ୍ରାକ୍‌ କରିଥିଲା।ଉଭୟ ଯୁବତୀ ଓ ନାବାଳକ ପ୍ରତି ଦୁଇ ଦିନରେ ସ୍ଥାନ ପରିବର୍ତ୍ତନ କରି ଅନ୍ୟତ୍ର ରହୁଥିଲେ। ବିଶାଖାପାଟଣା, ବିଜୟଓ୍ଵାଡ଼ା, ନେଲୋର ସହିତ ତାମିଲନାଡୁର ମହାବଲିପୁରମର ବିଭିନ୍ନ ଲଜ୍‌ରେ ସେମାନେ ରହୁଥିଲେ।ଶେଷର ଉଭୟ ପୁଲିସ ତାମିଲନାଡୁର ଏକ ହୋଟେଲରେ ଥିବା ବେଳେ ଉଭୟଙ୍କୁ ଧରିଥିଲା।
ଗିରଫ ପରେ ଯୁବତୀଜଣକ କୌଣସି ଅପରାଧ କରି ନାହାଁନ୍ତି ବୋଲି କହିଛନ୍ତି। ଆମେ ପରସ୍ପରକୁ ଭଲ ପାଉ ଓ ଉଭୟ ଖୁବ୍‌ ଶୀଘ୍ର ବିବାହ କରିବୁ ବୋଲି ପୁଲିସ ଆଗରେ ଯୁବତୀ ଜଣକ କହିଛନ୍ତି।

ସମ୍ବନ୍ଧିତ ଖବର