ଭିନ୍ନ ଭିନ୍ନ ୬ଟି ମୋବାଇଲ୍‌ ନମ୍ବରରୁ ମହିଳାଙ୍କୁ ପର୍ଣ୍ଣ ଭିଡିଓ ପଠାଉଥିଲେ ଯୁବକ, ଜାଣନ୍ତୁ ପୂରା ଘଟଣା

ଥାନେ: ଥାନେର ଜଣେ ୨୫ ବର୍ଷିଅ ବର୍ଷିୟ ଯୁବକ ଫୋନ୍‌ ଯୋଗେ ଜନୈକା ମହିଳାଙ୍କୁ ଅଶ୍ଳୀଳ ମେସେଜ୍‌ ଓ ଫଟୋ ପଠାଉଥିବା ଅଭିଯୋଗରେ ପୁଲିସ୍‌ ହାତରେ ଗିରଫ ହୋଇଛି। ଯୁବକ ଜଣକ ଭିନ୍ନ ଭିନ୍ନ ୬ଟି ନମ୍ବର ବ୍ୟବହାର କରି ମହିଳାଙ୍କୁ ପର୍ଣ୍ଣ ଭିଡିଓ,ଫଟୋ ଓ ଅଶାଳୀନ ମେସେଜ୍‌ କରୁଥିବା ଅଭିଯୋଗ ହୋଇଛି।

ଏ ସଂପର୍କରେ ସାକିନାକା ପୁଲିସ୍‌ ଦେଇଥିବା ସୂଚନା ମୁତାବକ, ଅଭିଯୁକ୍ତ ସୁରେଶ ଓ୍ଵାଘମାରେ ଥାନେର କସରଭଦଭେଲିଠାରେ ରହୁଥିବା ଜଣେ ବେକାରୀ ଯୁବକ। ଅଭିଯୁକ୍ତ ଯୁବକକୁ ପୁଲିସ୍‌ ଗିରଫ କରି ଏକ ଫୋନ୍‌ ସହ ଦୁଇଟ୍‌ ସିମ୍‌ କାର୍ଡ ଜବତ କରିଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଅଭିଯୁକ୍ତ ଯୁବକ ଓ ପୀଡ଼ିତା ପୂର୍ବରୁ ପରସ୍ପରଙ୍କୁ ଜାଣିଥଲେ। ସେମାନଙ୍କ ବନ୍ଧୁତା ସୋସିଆଲ୍‌ ମିଡିଆରୁ ଆରମ୍ଭ ହୋଇଥିଲା। ଯୁବକ ଜଣକ ମହିଳାଙ୍କୁ ଏକତରଫା ପ୍ରେମ ନିବେଦନ କରିଥିଲେ। ମହିଳା ତାହାକୁ ଅସ୍ୱୀକାର କରିବାରୁ ସେ ରାଗ ସୁଝାଇବାକୁ ଯାଇ ଏପରି କରିଥଲେ।

ଯୁବକ ଜଣକ ମହିଳଶଙ୍କୁ ବାରମ୍ବାର କଲ୍‌ କରୁଥିଲେ। ମହିଳା ତାଙ୍କୁ କଲ୍‌ର ଉତ୍ତର ନ ଦେବାକୁ ସେ ୬ଟି ନୂଆ ନମ୍ବର ଆଣି ତାଙ୍କୁ କଲ୍‌ କରିବା ସହ ପର୍ଣ୍ଣ ଫଟୋ ଭିଡିଓ ପଠାଇବାରେ ଲାଗିଥିଲେ।

ସମ୍ବନ୍ଧିତ ଖବର