ମେକ୍ସିକୋ: ମେକ୍ସିକୋର ଜଲିସ୍କୋସ୍ଥିତ ଜୈପୋପେନ୍‌ ନଗରପାଳିକା ଅଞ୍ଚଳରେ ଥିବା ଏକ ଗୁପ୍ତ କବରସ୍ତାନରୁ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏହି କବରସ୍ତାନରୁ ପୁଲିସ ୨୯ଟି ଶବକୁ ଜବତ କରିଛି। ଜବତ ହୋଇଥିବା ଶବଗୁଡ଼ିକ ୧୦୦ରୁ ଅଧିକ ପ୍ଲାଷ୍ଟିକ୍‌ ବ୍ୟାଗରେ ଭର୍ତ୍ତି କରାଯାଇ ଫିଙ୍ଗି ଦିଆଯାଇଥିବା ଜଣାପଡ଼ିଛି।

Advertisment

publive-image

ପୁଲିସ ସୂତ୍ରରୁ ପ୍ରକାଶ, ଗତ ବର୍ଷ ୨୯,୧୧୧ରୁ ଅଧିକ ଲୋକଙ୍କ ହତ୍ୟା କରାଯାଇଥିଲା। କେହି ଜାଣିଶୁଣି କବରସ୍ତାନରେ ଏଭଳି ମୃତଦେହକୁ ଫିଙ୍ଗି ଥିବା ପୁଲିସ ସନ୍ଦେହ କରୁଛି। କବରସ୍ତାନରେ ଏତେ ସଂଖ୍ୟକ ପ୍ଲାଷ୍ଟିକ୍‌ ବ୍ୟାଗ୍‌ ପଡ଼ିଥିବା ବିଶେଷ ସୂତ୍ରରୁ ପୁଲିସ ଖବର ପାଇ ପରେ ଘଟଣାସ୍ଥଳରେ ପହଞ୍ଚିଥିଲା। ଘଟଣାସ୍ଥଳରେ ପହଞ୍ଚି ପୁଲିସ ଯାଞ୍ଚ ଆରମ୍ଭ କରିବା ସହିତ ମୃତଦେହଗୁଡ଼ିକୁ ଚିହ୍ନଟ ପାଇଁ ତନାଘନା ଆରମ୍ଭ କରିଛି। ଏହି ଯାଞ୍ଚ ସମୟରେ ମୃତଦେହ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି କୁହାଯାଉଛି।

publive-image

ଜଲିସ୍କୋର ଆଟର୍ନି ଜେନେରାଲ ଗେରାର୍ଡୋ ସୋଲିସ୍‌ଙ୍କ କହିବାନୁସାରେ, ସେପ୍ଟେମ୍ବରର ପ୍ରଥମ ସପ୍ତାହରେ ଜୈପୋପେନ୍‌ ନଗରପାଳିକାରେ ପୁଲିସ ଯାଞ୍ଚ ଆରମ୍ଭ କରିଥିଲା। ଏହାପରେ ଯାଞ୍ଚକର୍ତ୍ତା ୧୩ଟି ପୂର୍ଣ୍ଣ ଓ ୧୬ଟି ଅପୂର୍ଣ୍ଣ ଶବକୁ ଜବତ କରିଥିଲେ। ଜବତ ହୋଇଥିବା ଶବ ମଧ୍ୟରୁ ଦୁଇଟି ଶବ ମହିଳାଙ୍କର ହୋଇଥିବା  ବେଳେ ୪ଟି ଶବ ଏମିତି ଲୋକଙ୍କ ଥିଲା ଯାହାଙ୍କ ଉପରେ ଅପରାଧିକ ମାମଲା ବି ରୁଜୁ ହୋଇଥିଲା।