ପ୍ରତିରକ୍ଷା କର୍ମୀଙ୍କ ଅଭିଯୋଗ : କାର୍‌ରେ ବୁଲାଇ ନେବା ବାହାନାରେ ଡ଼ାକି ଦୁଷ୍କର୍ମ କରିଥିଲେ ମେଜର

ବେଙ୍ଗାଲୁରୁ : ଜଣେ ମହିଳା ପ୍ରତିରକ୍ଷା ବିଭାଗ କର୍ମଚାରୀ ନିଜ ସହକର୍ମୀ ମେଜରଙ୍କ ଉପରେ ଦୁଷ୍କର୍ମ ଆରୋପ ଲଗାଇଛନ୍ତି । ପୁଲିସ ଆଗରେ ମେଜର ଅମିତ୍‌ ଚୌଧୁରୀ ତାଙ୍କ ସହ ମାର୍‌ପିଟ୍‌ କରିବା ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କ ଘରେ ପାର୍ଟି ଥିବା ବେଳେ ପୀଡ଼ିତା ଯୋଗ ଦେବା ପାଇଁ ଯାଇ ଫେରି ଆସିଥିଲେ । କିନ୍ତୁ ମେଜର ଅମିତ୍‌ ଚୌଧୁରୀ ପୀଡ଼ିତାଙ୍କୁ ଫୋନ କରି ବୁଲିବା ପାଇଁ ଡ଼ାକିଥିଲେ । ପରେ ପୀଡ଼ିତା ତାଙ୍କ ସହ ଯାଇଥିବା ବେଳେ ମେଜର ଅମିତ୍‌ ତାଙ୍କ ସହ ଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି । ଘଟଣାଟି ଗତ ମାସରେ ଘଟିଥିବା ଜଣା ପଡ଼ିଛି ।

Isha Sadhguru

ପୀଡ଼ିତା କରିଥିବା ଅଭିଯୋଗ ଅନୁଯାୟୀ, ପାର୍ଟି ସରିବା ପରେ ସେଠାରେ ସେ କିଛି ଖାଇ ନଥିବାରୁ ତାଙ୍କୁ ଭୋକ ଲାଗିଥିଲା । ଏ ସମୟରେ ମେଜର ଅମିତ୍‌ ଚୌଧୁରୀ ତାଙ୍କୁ ବାହାରକୁ ଯିବା ପାଇଁ ଡ଼ାକିବାରୁ ପୀଡ଼ିତା ଚାଲି ଯାଇଥିଲେ । ବେଙ୍ଗାଲୁରୁର ପୁରୁଣା ବିମାନବନ୍ଦର ରାସ୍ତାରେ ମେଜର ଅମିତ୍‌ ଗାଡ଼ି ରୋକିବା ସହ ଦୁହେଁ ମଦ ପିଇବା ଆରମ୍ଭ କରିଥିଲେ । ନିଶା ହେବା ପରେ ମେଜର ଅମିତ୍‌ ପୀଡ଼ିତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ । ଏହାର ବିରୋଧ କରିବାରୁ ମେଜର ଅମିତ୍‌ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ପୀଡ଼ିତା ଅବସାଦଗ୍ରସ୍ତ ହୋଇ ଯାଇଥିବା ବେଳେ କିଛି ଦିନ ପରେ ନିଜ ମାତା-ପିତାଙ୍କୁ ଜଣାଇଥିଲେ । ଯାହା ପରେ ଘଟଣାର ଅଭିଯୋଗ ପୁଲିସରେ କରାଯାଇଥିଲା ।

ସମ୍ବନ୍ଧିତ ଖବର