ଯୁବକ ଗିରଫ, ୨ ଲ୍ୟାପ୍‌ଟପ୍‌ ଜବତ

ଭୁବନେଶ୍ୱର: ସହିଦନଗରସ୍ଥିତ ଏକ ହଷ୍ଟେଲରୁ ଲ୍ୟାପଟପ୍‌ ଚୋରି କରିବା ଅଭିଯୋଗରେ ସହିଦନଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ରାଉରକେଲା କୋଏଲନଗର ଅଞ୍ଚଳର ମୃତ୍ୟୁଞ୍ଜୟ ରଥ (୩୧)। ପୁଲିସ ତା’ଠାରୁ ୨ଟି ଲ୍ୟାପଟପ୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ, ୨ବର୍ଷ ହେବ ସହିଦନଗର ସ୍ପର୍ଶ ହସ୍ପିଟାଲ ନିକଟ ଏକ ହଷ୍ଟେଲରେ ମୃତ୍ୟୁଞ୍ଜୟ ଓ ସୁଦୀପ ମିଶ୍ର ନାମକ ଜଣେ ଯୁବକ ମିଶି କରି ରହୁଥିଲେ। ଶନିବାର ସୁଦୀପ ଘରକୁ ଯାଇଥିବା ବେଳେ ମୃତ୍ୟୁଞ୍ଜୟ ତାଙ୍କର ୨ଟି ଲ୍ୟାପଟପ ଚୋରି କରି ନେଇଥିଲା। ସୁଦୀପ ହଷ୍ଟେଲକୁ ଫେରି ଲ୍ୟାପଟପ ନ ପାଇବାରୁ ମୃତ୍ୟୁଞ୍ଜୟଙ୍କୁ ପଚାରିଥିଲା। କିନ୍ତୁ ସେ ଲ୍ୟାପଟପ ବିଷୟରେ କିଛି ଜାଣିନଥିବା କହିବାରୁ ସୁଦୀପ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସନ୍ଦେହରେ ପୁଲିସ ମୃତ୍ୟୁଞ୍ଜୟକୁ ଥାନାକୁ ନେଇ ପଚରାଉଚରା କରିବାରୁ ସେ ଲ୍ୟାପଟପ ଚୋରି କରିଥିବା ମାନି ଯାଇଥିଲା। ପରେ ପୁଲିସ ତା’ଠାରୁ ଚୋରି ହୋଇଥିବା ୨ଟି ଯାକ ଲ୍ୟାପଟପ ଜବତ କରିଥିଲା।

ସମ୍ବନ୍ଧିତ ଖବର