୫ ଷଣ୍ଢ ଉଦ୍ଧାର , ୩ ଗିରଫ

ବାଲିଅନ୍ତା: ବାଲିଅନ୍ତା ଥାନା ଅନ୍ତର୍ଗତ ଭୁବନପୁର ବଜାର ନିଛାଟିଆ ରାସ୍ତାରେ ଆଜି ରାତି ସାଢେ଼ ନଅଟା ସମୟରେ ଗ୍ରାମବାସୀମାନେ ଟାଟା ଏସି ଗାଡ଼ିରେ ଷଣ୍ଢ ନେଇ ଯାଉଥିବା ୩ଜଣ ଯୁବକଙ୍କୁ ଧରି ନିସ୍ତୁକ ମାଡ଼ ମାରି ପୁଲିସ ଜିମା ଦେଇଛନ୍ତି। ଏଥିସହ ସେମାନଙ୍କଠାରୁ ଟାଟା ଏସି ଗାଡ଼ି (ଓଆର ୦୨ ଏଜେଡ୍‌ ୮୨୪୮)ରେ ଚାଲାଣ ହେଉଥିବା ୫ଟି ଷଣ୍ଢ ମଧ୍ୟ ଜବତ କରିଛନ୍ତି। ଥାନାଠାରୁ ମାତ୍ର ୧୦୦ ଫୁଟ ଦୂରରେ ଏଭଳି ଘଟଣା ଘଟିଥିଲେ ମଧ୍ୟ ପୁଲିସ କିଛି ଜାଣିପାରିନଥିଲା। ପ୍ରତିଦିନ ବିଳମ୍ବିତ ରାତିରେ ଏହି ରାସ୍ତା ଦେଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଗୋରୁ ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପୁଲିସ ନିରବଦ୍ରଷ୍ଟା ସାଜିଛି । ଜବତ ଷଣ୍ଢ ଭଦ୍ରକ ଯାଉଥିଲା ବୋଲି ଅଭିଯୁକ୍ତମାନେ ପୁଲିସକୁ କହିଥିବା ସୂଚନା ମିଳିଛି। ଏନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣେ ପୁଲିସ ଅଧିକାରୀ ଜଣାଇଛନ୍ତି। ଥାନାରେ ଅଟକ ସମସ୍ତ ଯୁବକଙ୍କ ଘର ବାଲିପାଟଣା ଥାନା ଅଞ୍ଚଳରେ।

ସମ୍ବନ୍ଧିତ ଖବର