କ୍ୟାବିନ୍‌ରୁ ଲୁଟ୍‌ କରି ୩ ନାବାଳକ ଗିରଫ

ଭୁବନେଶ୍ୱର : ୟୁନିଟ୍‌-୮ ସିଣ୍ଡିକେଟ୍‌ ବ୍ୟାଙ୍କ ନିକଟରେ ଥିବା ଏକ କ୍ୟାବିନ୍‌ରୁ ଲୁଟ୍‌ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ୩ଜଣ ନାବାଳକଙ୍କୁ ଗିରଫ କରିଛି। ପୁଲସ ସେମାନଙ୍କଠାରୁ ବହୁ ସାମଗ୍ରୀ ଜବତ କରିଛି। ସେମାନେ ୟୁନିଟ୍‌-୫ ଅଞ୍ଚଳର ବୋଲି ଜଣାପଡ଼ିଛି। ରବିବାର ବିଳମ୍ବିତ ରାତିରେ ନାବାଳକମାନେ ୟୁନିଟ୍‌-୮ରେ ଥିବା ବ୍ରଜବନ୍ଧୁ ସାହୁଙ୍କ କ୍ୟାବିନ୍‌ ଭାଙ୍ଗି ବହୁ ସାମଗ୍ରୀ ନେଇଯାଇଥିଲେ। ଏ ନେଇ ବ୍ରଜବନ୍ଧୁ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଆଜି ୩ ନାବାଳକଙ୍କୁ ଗିରଫ କରି ବାଳାସୁଧାର ଗୃହରେ ଛାଡ଼ିଛି।

ସମ୍ବନ୍ଧିତ ଖବର