ବାଟ ହରା ମହିଳାଙ୍କୁ ସାହାଯ୍ୟ କରିବା ଆଳରେ କ୍ୟାମ୍ପ ଭିତରେ ଦୁଷ୍କର୍ମ କଲେ ସିଆର୍‌ପିଏଫ୍‌ କର୍ମୀ, ସହକର୍ମୀ କଲେ ଭିଡିଓ ସୁଟିଂ

ଜାମ୍ମୁ: ଜମ୍ମୁ-କଶ୍ମୀରର ଜଣେ ୨୪ ବର୍ଷୀୟା ମହିଳା ସେଣ୍ଟ୍ରାଲ୍‌ ରିଜର୍ଭ ପୁଲିସ୍‌ ଫୋର୍ସ(ସିଆର୍‌ପିଏଫ୍‌)ର କର୍ମୀଙ୍କ ନାମରେ ଏକ ଜଘନ୍ୟ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଅଭିଯୋଗ ଆଣିଛନ୍ତି ଯେ ସିଆର୍‌ପିଏଫ୍‌ କର୍ମୀମାନେ ଗତମାସ ଜମ୍ମୁରେ ଥିବା ସେନା କ୍ୟାମ୍ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ମହିଳା ଜଣକ ପୋଞ୍ଚ ଜିଲ୍ଲାର ମାଣ୍ଡି ଅଞ୍ଚଳରେ ରହନ୍ତି। ମହିଳାଙ୍କ କହିବା ଅନୁସାରେ ମାର୍ଚ ୧୦ ତାରିଖରେ ୩ ଜଣ ସିଆର୍‌ପିଏଫ୍‌ ଯବାନ ତାଙ୍କୁ କ୍ୟାମ୍ପ ଭିତରୁ ଟେକି ନେଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ସହ ଦୁଷ୍କର୍ମ କରିବା ସମୟରେ ଅନ୍ୟ ୨ ଜଣ ତାହାକୁ ଭିଡିଓ ରେକର୍ଡିଂ କରିଥିଲେ। ସେ ଯଦି ଏକଥା ଯାଇ କାହା ଆଗରେ କୁହନ୍ତି ତେବେ ସେମାନେ ସୁଟ୍‌ ଭରିଥିବା ଭିଡିଓକୁ ସୋସିଆଲ୍‌ ମିଡିଆରେ ଛାଡ଼ିଦେବେ ବୋଲି ଧମକ ଦେଇଥିଲେ।

ମାତ୍ର କିଛି ଦିନ ପରେ ଭିଡିଓଟି ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିବା ପରେ ମହିଳା ଜଣକ ମୁହଁ ଖୋଲିଥିଲେ। ଅଭିଯୁକ୍ତ ୩ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ୩ ଅଭିଯୁକ୍ତଙ୍କ ସମେତ ମହିଳାଙ୍କ ଭିଡିଓକୁ ଭାଇରାଲ୍‌ କରିଥିବା ବ୍ୟକ୍ତିକୁ ମଧ୍ୟ ନିଲମ୍ବିତ କରାଯାଇଛି ବୋଲି ସୂଚନା ରହିଛି।

ଉଲ୍ଲେଖଯୋଗ୍ୟ, ମହିଳା ଜଣକ ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ କିଛି ଦିନ ବୁଲିବା ପାଇଁ ଆସୁଥାନ୍ତି। ଅଧା ବାଟରେ ସେ ସଂପର୍କୀୟଙ୍କ ଘର ଭୁଲିଯାଇଥିବାରୁ ଟିକେ ଦ୍ୱନ୍ଦରେ ପଡ଼ି ଯାଇଥିଲେ। ସେହି ସମୟରେ ସେନା ପୋଷାକରେ ଥିବା ୩ ଜଣ କର୍ମୀ ଆସି ତାଙ୍କୁ ସହାୟତା ଦେବାକୁ କହି କ୍ୟାମ୍ପ ଭିତରକୁ ନେଇଗଲେ। ସେଠାରେ ସେମାନେ ତାଙ୍କ ସହ ଦୁଷ୍କର୍ମ କରିଥିଲେ।

ସମ୍ବନ୍ଧିତ ଖବର