ପୁଲିସ ଅଧିକାରୀ କହି ଚିକିତ୍ସା ଲାଗି ଆସିଥିବା ଲୋକଙ୍କୁ ଠକୁଥିଲେ ତିନି ବିଦେଶୀ ନାଗରିକ, ସେମାନଙ୍କୁ ଧରିଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ତିନିଜଣ ଇରାନୀ ନାଗରିକ ଦିଲ୍ଲୀ ପୁଲିସ ଅଧିକାରୀ ସାଜି ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଆଫଗାନିସ୍ଥାନରୁ ଏଠାକୁ ଚିକିତ୍ସା ଲାଗି ଆସିଥିବା ଲୋକଙ୍କୁ ବିଭିନ୍ନ ଆଳରେ ଠକୁଥିଲେ। ଏହି ଘଟଣା ସଂପର୍କରେ ପୁଲିସକୁ ଖବର ମିଳିବା ପରେ ତିନି ବିଦେଶୀ ନାଗରିକଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ଧରିବା ଲାଗି ଜଣେ ହାବିଲଦାରଙ୍କୁ ଆଫଗାନି ସ୍ଥାନର ନାଗରିକଙ୍କ ଭଳି ପୋଷାକ ପିନ୍ଧାଇ ଦିଆଯାଇଥିଲା। ଏହାପରେ ଯେମିତି ତିନି ଠକ ଉକ୍ତ ହାବିଲଦାରଙ୍କୁ ଠକିବାକୁ ଚେଷ୍ଟା କଲେ, ସେମିତି ସେମାନଙ୍କୁ ପୁଲିସ ଧରିଥିଲା।

ଗିରଫ ହୋଇଥିବା ତିନି ଇରାନୀ ଯୁବକ ହେଲେ ନୁର ମହମ୍ମଦ, ରାଜା କୋହୋନ ଖାକି ଓ ଫରହାଦ୍‌ ଏଭେସିସୟର। ଏମାନଙ୍କ ବୟସ ୨୮ରୁ ୩୧ ବର୍ଷ ବୋଲି କୁହାଯାଉଛି। ସେମାନଙ୍କ ପାଖରୁ କାର୍‌, ତିନିଟି ମୋବାଇଲ୍‌ ଫୋନ୍‌, ତିନିଟି ଡ୍ରାଇଭିଂ ଲାଇସେନ୍‌ସ ସହିତ ବହୁ ଦେଶର ମୁଦ୍ରା ଜବତ କରିଛି ପୁଲିସ। ସେମାନେ ଆଫଗାନିସ୍ଥାନରୁ ଆସୁଥିବା ଲୋକଙ୍କୁ ସେମାନଙ୍କ ପାଖରେ ଡ୍ରଗସ ଥିବା କହି ଲୁଟୁଥିଲେ।

ସମ୍ବନ୍ଧିତ ଖବର