୩ ଲୁଟେରା ଗିରଫ, ମୋବାଇଲ୍‌ ଓ ଟଙ୍କା ଜବତ

ଭୁବନେଶ୍ୱର: ଲୁଟ୍‌ ଅଭିଯୋଗରେ ରେଳବାଇ ଥାନା ପୁଲିସ ୩ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କ ଠାରୁ ଗୋଟିଏ ବ୍ୟାଗ୍‌, ମୋବାଇଲ୍‌ ଫୋନ ଓ ୭ହଜାର ଟଙ୍କା ଜବତ କରିଛି। ସେମାନେ ହେଲେ ତାଳଚେର ଅଞ୍ଚଳର କାଳନ୍ଦୀ ଚରଣ ବେହେରା(୪୦), ଭଦ୍ରକ ଧୁଷୁରୀର ଜଗନ୍ନାଥ ଜେନା(୨୦) ଏବଂ ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଚନ୍ଦନ ରାଉତ(୨୨)। ବୁଧବାର ବିଳମ୍ବିତ ରାତିରେ ଧନେଶ୍ୱର ମହାପାତ୍ର ନାମକ ଜଣେ ଯାତ୍ରୀ ରାତିରେ ଷ୍ଟେସନ୍‌ରେ ଶୋଇଥିବା ବେଳେ ତାଙ୍କ ସାମଗ୍ରୀ ଚୋରି ହୋଇଥିଲା।

ସମ୍ବନ୍ଧିତ ଖବର