୩ ଲୁଟେରା ଗିରଫ, ୨ବାଇକ୍‌ ଓ ଦେଢ଼ ଲକ୍ଷ ଟଙ୍କା ଜବତ

ପୁରୁଣା ଭୁବନେଶ୍ୱର : ବଡ଼ଗଡ଼ ଥାନା ପୁଲିସ ଆଜି ୩ଜଣ ଲୁଟେରାକୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ଦେଢ଼ଲକ୍ଷ ଟଙ୍କା ଓ ୨ଟି ବାଇକ୍‌ ଜବତ କରିଛି। ଗିରଫ ଯୁବକମାନେ ହେଲେ, ନୟାପଲ୍ଲୀ ଥାନା ଅଧୀନ ସାଲିଆ ସାହିର ପି ମାଧବ (୨୩), ହାଓଲା ମୁରଲୀ (୨୭) ଓ ଏ ନରେଶ (୩୦)। ପୁଲିସ ସୂଚନା ଅନୁଯାୟୀ, ଜଗତସିଂହପୁର ଗୁଜୁପୁରୁ ଅଞ୍ଚଳର ପ୍ରମୋଦ କୁମାର ପରିଡ଼ା ବିଏମ୍‌ସି କାର୍ଯ୍ୟାଳୟ ନିକଟ ରେରା କାର୍ଯ୍ୟାଳୟରେ କାମ କରନ୍ତି। ତେବେ ପ୍ରମୋଦ ତାଙ୍କ ଝିଅ ବିବାହ ପାଇଁ ଗତ ଜୁନ୍‌ ୨୬ ତାରିଖରେ ଦେଢ଼ ଲକ୍ଷ ଟଙ୍କା ବ୍ୟାଙ୍କରୁ ନେଇ ରେରା କାର୍ଯ୍ୟାଳୟକୁ ଯାଉଥିବା ବେଳେ ଗେଟ୍‌ ପାଖରେ ମାଧବ ଓ ହାଓଲା ଏକ ଆପାଚି ବାଇକ୍‌ରେ ଆସି ଆଖି ପିଛୁଳାକେ ଟଙ୍କା ବ୍ୟାଗ୍‌ ଝାମ୍ପି ନେଉଥିଲେ। ଏନେଇ ଅଭିଯୋଗ ପରେ ପୁଲିସ ଘଟଣାର ଛାନ୍‌ବିନ୍‌ କରିଥିଲା। ସିସିଟିଭି ଯାଞ୍ଚ କରି ମାଧବ ଓ ଆଓଲା ଘଟଣାର ସମ୍ପୃକ୍ତି ଥିବା ଜାଣି ପାରିଥିଲା। ତେବେ ସେମାନେ ୩ଜଣ ଏହି କାଣ୍ଡରେ ସାମିଲ ଥିବା ଜାଣିବାକୁ ପାଇଥିଲା।

ସମ୍ବନ୍ଧିତ ଖବର