ନାବାଳକ ସମେତ ୩ ଲୁଟେରା ଗିରଫ, ୫ ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ୱର : ଲୁଟ୍‌ପାଟ୍‌ ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ନାବାଳକ ସମେତ ୩ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ବାଣୀବିହାର ଷ୍ଟେସନ ଅଞ୍ଚଳର କରଣ ସିଂହ (୨୦) ଓ ପଟିଆ ଷ୍ଟେସନ୍‌ ଅଞ୍ଚଳର ବିଜୟ ସିଂହ (୧୯)।

ପୁଲିସ ସୂଚନା ମୁତାବକ, ରବିବାର ଦିନ ୟୁନିଟ୍‌-୮ ଅଞ୍ଚଳରେ ଶ୍ରୀଜିଊଙ୍କ ବାହୁଡା ଯାତ୍ରା ବେଳେ ଭିଡ଼ର ସୁଯୋଗ ନେଇ ୩ଲୁଟେରା ସ୍ୱପ୍ନାରାଣୀ ଦିଗଲ ଓ ରାଜଲକ୍ଷ୍ମୀ ଆଚାର୍ଯ୍ୟଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏନେଇ ଉଭୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ୨ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକଙ୍କୁ ସୁଧାର ଗୃହକୁ ପଠାଯାଇଛି।

ସମ୍ବନ୍ଧିତ ଖବର