ଫାଶୀକୁ ବି ଡର ନାହିଁ : ଗୋଟିଏ ଦିନରେ ୩ ଜଣଙ୍କୁ ଦୁଷ୍କର୍ମ

ଗୋରୁମହିଷାଣୀ/ନୀଳଗିରି : ଉତ୍ତର ଓଡ଼ିଶାରେ ନୀଳଗିରି, ସୋର ଓ ଠାକୁରମୁଣ୍ଡାରେ ନାବାଳିକା ଦୁଷ୍କର୍ମ ଘଟଣା ସାରା ରାଜ୍ୟରେ ଚର୍ଚାକୁ ଆସିଥିବା ବେଳେ ଆଜି ପୁଣି ସେମିତି ୩ଟି ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି। ବାଲେଶ୍ୱର ଜିଲ୍ଲା ନୀଳଗିରିର ଜଣେ ନାବାଳିକାଙ୍କୁ ତାଙ୍କ ସଂପର୍କୀୟ ମାମୁ ଦୁଷ୍କର୍ମ କରିଥିବାବେଳେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣିରେ ଜଣେ ନାବାଳିକା ଓ ଜଣେ ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ନୀଳଗିିରି ସହର ଅନ୍ତର୍ଗତ ୨ ନମ୍ବର ଓ୍ଵାର୍ଡର ଜଣେ ନାବାଳିକା ଗତକାଲି ହଠାତ୍‌ ନିଖୋଜ ହୋଇଯାଇଥିଲେ। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପରିବାର ଲୋକ ତାଙ୍କୁ ଠାବ କରିଥିଲେ। ନାବାଳିକାର ଜଣେ ସମ୍ପର୍କୀୟ ମାମୁଁ ଟିଭି ଦେଖିବାକୁ କହି ଦୁଷ୍କର୍ମ କରିଥିବା ଜଣା ପଡ଼ିଥିଲା। ନାବାଳିକାର ଅଭିଯୋଗ କ୍ରମେ ପୁଲିସ୍‌ ଅଭିଯୁକ୍ତ ସମ୍ପର୍କିୟ ମାମୁଁଙ୍କୁ ଗିରଫ କରିଥିବା ଜଣାପଡ଼ିଛି।

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଦୁଇଟି ସ୍ଥାନରେ ଦୁର୍ଷ୍କମ ହୋଇଥିବା ଅଭିଯୋଗ ହୋଇଛି। ପୃଥକ ପୃଥକ ସ୍ଥାନରେ ଜଣେ ଭିନ୍ନକ୍ଷମ ଯୁବତୀ ଓ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି।

ଗୋରୁମହିଷାଣୀ ଥାନା ଅଞ୍ଚଳର ୨୫ ବର୍ଷର ଜଣେ ମୂକ, ବଧିର, ମାନସିକ ଓ ଶାରୀରିକ ଭିନ୍ନକ୍ଷମ ଯୁବତୀ ଆଜି ମଧ୍ୟାହ୍ନରେ ଗ୍ରାମର ଏକ ପୋଖରୀକୁ ଧୋଇ ହେବାକୁ ଯାଇଥିବା ସମୟରେ ହାତିଆ ଗ୍ରାମର ଜଗଦୀଶ ଗିରି (୪୫) ତା’ଙ୍କୁ ଟେକି ନେଇ ଏକ ପୋଲତଳେ ଦୁର୍ଷ୍କମ କରିଥିଲେ । ସେହିପରି ଗୋରୁମହିଷାଣୀ ଥାନା ଗୁହାଳଡାଙ୍ଗିରୀ ଗ୍ରାପର ଭେଲୁଡିହି ଗ୍ରାମରେ ଜୈନେକ ନାବାଳିକାଙ୍କୁ ଦୁର୍ଷ୍କମ କରାଯାଇଛି ବୋଲି ତାଙ୍କ ମାଆ ଥାନାରେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର