ଉତ୍ତର ପ୍ରଦେଶ: ୧୮ ବର୍ଷର ଯୁବକ ପଡ଼ୋଶୀ ୩ ବର୍ଷ ଶିଶୁ ସହ କଲା ଦୁଷ୍କର୍ମ

ରାମପୁର: ଉତ୍ତରପ୍ରଦେଶର ରାମପୁରର ଥଣ୍ଡା ଗ୍ରାମରେ ଘଟିିଛି ଏକ ଅଭାବନୀୟ ଘଟଣା । ଘରେ କେହି ନଥିବା ସୁଯୋଗ ଉଠାଇ ପାଖ ଘରେ ରହୁଥିବା ୧୮ ବର୍ଷ ବୟସର ଜଣେ ଯୁବକ ୩ ବର୍ଷର ଶିଶୁ ସହିତ ଦୁଷ୍କର୍ମ କରିଛି। ଶିଶୁଟି ଘଟଣା ସମୟରେ ବହୁତ ଜୋରରେ ଚିତ୍କାର କରି କାନ୍ଦିବାରୁ ଘଟଣାଟି ସମ୍ମୁଖକୁ ଆସିଥିଲା ।
ପୁଲିସ ସୂଚନା ମୁତାବକ , ଏହି ଲୋମହର୍ଷଣକାରୀ ଘଟଣାଟି ଉତ୍ତରପ୍ରଦେଶର ରାମପୁରର ଥଣ୍ଡା ଗ୍ରାମଠାରେ ଘଟିଛି। ଜଣେ ୩ ବର୍ଷର ଶିଶୁକୁ କିଛି ସମୟ ପାଇଁ ଘରେ ଏକୁଟିଆ ପାଇ ପୋଡ଼ଶା ଘରେ ରହୁଥିବା ୧୮ ବର୍ଷର ଜଣେ ଯୁବକ ଦୁଷ୍କର୍ମ କରିଛି। ଶିଶୁଟି ଯନ୍ତ୍ରଣାରେ ଚିତ୍କାର କରି କାନ୍ଦିବାରୁ ଅଭିଯୁକ୍ତ ଜଣଙ୍କ ଡ଼ରରେ ଘର ମଧ୍ୟରେ ଶିଶୁଟିକୁ ବନ୍ଦ କରିପଳାଇଥିଲା । ପରେ ଘଟଣା ସ୍ଥଳରେ ସ୍ଥାନୀୟ ବାସିନ୍ଦା ପହଞ୍ଚିବା ସହ ଶିଶୁଟିକୁ ଉଦ୍ଧାର କରି ପୋଲିସ୍‌କୁ ସୂଚନା ପ୍ରଦାନ କରିଥିଲେ ।

deccanchronicle

ଘଟଣାଟି ଅପ୍ରିଲ ୨ ତାରିଖରେ ଘଟିଥିବା ବେଳେ ବର୍ତ୍ତମାନ ଅଭିଯୁକ୍ତ ଜଣଙ୍କୁ ଗିରଫ କରାଯାଇଛି । ଯୁବକ ବିରୁଦ୍ଧରେ ଶିଶୁ ଯୌନ ଶୋଷଣ ନିୟମ ଅନ୍ତର୍ଗତ ମାମଲା ରୁଜୁ କରାଯାଇ ଏହାର ତଦନ୍ତ କରାଯାଉଛି।

ସମ୍ବନ୍ଧିତ ଖବର