ଜୁଏଲାରି ଦୋକାନରୁ ୩୦ଲକ୍ଷ ଟଙ୍କାର ଗହଣା ଲୁଟ୍‌

ଭୁବନେଶ୍ବର: ଇନ୍ଦ୍ରଧନୁ ମାର୍କେଟ୍‌ର ମା’ଗୌରୀ ଜୁଏଲାରିରୁ ୩୦ଲକ୍ଷ ଟଙ୍କାରେ ସୁନାଗହଣା ଲୁଟ୍‌ ହୋଇଛି। ଏନେଇ ଜୁଏଲାରି ଦୋକାନର ମାଲିକ ଲକ୍ଷ୍ମୀଧର ସୁବୁଦ୍ଧି ଥାନାରେ ଅଭିଯୋଗ କରିଛନ୍ତି। ରାତି ପ୍ରାୟ ୧୦ଟା ସମୟରେ ଲକ୍ଷ୍ମୀଧର ଓ ତାଙ୍କ ପତ୍ନୀ ଗହଣା ବ୍ୟାଗ୍‌ ରଖି ସଟର୍‌ ବନ୍ଦ କରୁଥିଲେ। ନିକଟରେ ଗହଣା ବ୍ୟାଗ୍‌କୁ ରଖିଥିଲେ। ମାତ୍ର ସେଠାରେ ବୁଲୁଥିବା ଜଣେ ଯୁବକ ଦମ୍ପତିଙ୍କ ଅନ୍ୟମନସ୍କତାର ସୁଯୋଗରେ ବ୍ୟାଗ୍‌କୁ ନେଇଯାଇଥିଲା। ଏ ନେଇ ସେ ନୂଆପଲ୍ଲୀ ଥାନା ପୁଲିସକୁ ଫୋନ୍‌ କରି ଜଣାଇଥିଲେ। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲା। ଅଭିଯୁକ୍ତକୁ ଗିରଫ ପାଇଁ ପୁଲିସ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର