ତାମିଲନାଡୁ: ମାଆଙ୍କୁ ହତ୍ୟା କରି କଟାମୁଣ୍ଡ ଧରି ଥାନାରେ ହାଜର ହେଲେ ୩୦ ବର୍ଷିୟ ପୁଅ

ପୁଡୁକୋଟ୍ଟାଇ: ଜଣେ ୩୦ ବର୍ଷିୟ ପୁଅ ରବିବାର ଦିନ ନିଜ ମାଆଙ୍କୁ ହତ୍ୟା କରିବା ପରେ ତାଙ୍କର କଟାମୁଣ୍ଡ ଧରି ଥାନାରେ ପହଞ୍ଚିବା ପରେ କିଛି ସମୟ ପାଇଁ ପୁଲିସବାଲା ଆବାକାବା ହୋଇ ଯାଇଥିଲେ।

ପୁଲିସ କହିବା ଅନୁସାରେ, ପୁଅ ଆନନ୍ଦ ସମ୍ପତ୍ତିବାଡ଼ି ବିଷୟରେ ବିଧବା ମାଆ ରାଣୀଙ୍କ ସହ ସବୁବେଳେ କଳିକଜିଆ କରୁଥିଲେ। ରବିବାର ସକାଳେ ସେହି ମାମଲାରେ ମାଆ ଓ ପୁଅ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ରାଗରେ ପୁଅ ଏକ ଧାରୁଆ ଅସ୍ତ୍ରରେ ମାଆର ମୁଣ୍ଡ କାଟି ପକାଇଥିଲା। ତା’ପରେ କରମ୍ବାକୁଡ଼ିରୁ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଥିଲେ।

୧୦ ବର୍ଷ ତଳେ ରାଣୀ ନିଜ ସ୍ୱାମୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଏକ ମାମଲାରୁ ଦୋଷମୁକ୍ତ ହୋଇଥିଲେ।
ଆନନ୍ଦଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହୁଛି।

ସମ୍ବନ୍ଧିତ ଖବର