୧୦ ଲକ୍ଷ ଟଙ୍କା ଲେଖାଏଁ ନେଇ ଟି ଇ ଟି ପରୀକ୍ଷାରେ କପି ଯୋଗାଇବା ଅଭିଯୋଗରେ ୩୫ ଗିରଫ

ଲକ୍ଷ୍ନୌ:   ଉତ୍ତରପ୍ରଦେଶ ପୁଲିସର ସ୍ପେସାଲ୍‌ ଟାସ୍କ ଫୋର୍ସ(ଏସ ଟି ଏଫ୍‌)ର ବେସିକ ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଶିକ୍ଷକ ପାତ୍ରତା ପରୀକ୍ଷା (ଟି ଇ ଟି)ରେ କପି ଯୋଗାଇବା ଅଭିଯୋଗରେ ଆଜି ପୁଲିସ ଆହୁରି ନଅଜଣଙ୍କୁ ଗିରଫ କରିଛି। ଏହାଫଳରେ ମୋଟ ଗିରଫ ହୋଇଥିିବା ବ୍ୟକ୍ତିଙ୍କ ସଂଖ୍ୟା ୩୫ରେ ପହଞ୍ଚିଛି। ଏସ ଟିଏଫ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁରାଦାବାସ୍ଥିତ ଡି ପି ଏସ୍‌ ପବ୍ଲିକ୍‌ ସ୍କୁଲରେ ସଚିନ,ଜିତେନ୍ଦ୍ର କୁମାର ସୈନୀ,ବିପିନ କୁମାର,ସୌରଭ ଆସ୍ଥାନା,ମିଥିଳେଶ ଓ ସିଂପୁ ନାମକ ବ୍ୟକ୍ତିମାନେ ଟିଇଟି ପରୀକ୍ଷାରେ କପି ଯୋଗାଇବା ଅଭିଯୋଗରେ ପୁଲିସ ଦ୍ୱାରା ଗିରଫ ହୋଇଛନ୍ତି।

ଏହି ଲୋକଙ୍କ ପାଖରୁ ୬ଟି ମୋବାଇଲ ଫୋନ୍‌,୩ଟି ପ୍ରବେଶ ପତ୍ର,୨ଟି ଉତ୍ତର ପୁସ୍ତିକା ଓ ଗୋଟିଏ କାର ଜବତ କରାଯାଇଛି। ଗିରଫ ହୋଇଥିବା ଲୋକମାନେ କହିଛନ୍ତି ଯେ ସେମାନେ ଏହି ପରୀକ୍ଷାରେ ପାସ୍‌ କରାଇ ଦେବା ଲାଗି ପ୍ରତି ପରୀକ୍ଷାର୍ଥୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ନେଇଥିଲେ। ତା’ଆଗରୁ ପୁଲିସ୍‌ ବିଜନୋର୍‌ରେ ମଧ୍ୟ ଏହି ମାମଲାରେ ଆଉ ଜଣେ ଲୋକଙ୍କୁ ଗିରଫ କରିଥିଲା। ଟିଇଟି ପରୀକ୍ଷାରେ ଏଭଳି କାଣ୍ଡ ଘଟାଇବା ଅଭିଯୋଗରେ ପ୍ରୟାଗରାଜରୁ ୬,ବୁଲନ୍ଦ ସହରରୁ ୩,ଫିରୋଜାବାଦରୁ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାଯାଇଛି।

 

 

ସମ୍ବନ୍ଧିତ ଖବର