ଦୁଇ ସାଙ୍ଗ ମଦ ପିଉଥିଲେ , ଜାଣନ୍ତୁ ତାପରେ କ’ଣ ହେଲା

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଲିସ ଜଣେ ୩୫ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣକ ତାଙ୍କର ଜଣେ ବନ୍ଧୁଙ୍କୁ ହତ୍ୟା କରିଥିବାର ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦୁଇ ବନ୍ଧୁ ସାଙ୍ଗ ହୋଇ ମଦ ପିଉଥିଲେ।
ପୀଡିତ ଯୋଗେନ୍ଦ୍ର ବୟସ ୩୨ ବର୍ଷ। ସେ ସମୟରେ ଥିବା ତାଙ୍କର ସାଙ୍ଗ ବିଜୟ କୁମାରଙ୍କ ଫ୍ଲାଟ୍‌କୁ ଯାଇଥିଲେ। ଯାଦବ,କୁମାର ଓ ତାଙ୍କର ଅନ୍ୟ କେତେକ ସାଙ୍ଗ ସେହି ଫ୍ଲାଟ୍‌ରେ ମଦ ପିଉଥିଲେ। ସେହି ସମୟରେ ଯାଦବ କୁମାରଙ୍କୁ ତାଙ୍କର ଟଙ୍କା ଫେରାଇବା ଲାଗି କହିଥିଲେ। ଏହାପରେ ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଏହାପରେ ବିଜୟ କୁମାର ହଠାତ୍‌ ନିଜର ପିସ୍ତଲ୍‌ ବାହାର କରି ଯାଦବ ଉପରକୁ ଗୁଳି ଚଳାଇଥିଲେ। ଏହାପରେ ହଠାତ୍‌ ଅଭିଯୁକ୍ତ ବିଜୟ କୁମାର ପୁଲିସ ଥାନାକୁ ଯାଇ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ।


ଏହାପରେ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯାଦବଙ୍କୁ ଲହୁଲୁହାଣ ଅବସ୍ଥାରେ ଦେଖିବାକୁ ପାଇଥିଲେ। ପୁଲିସ ଯାଦବକୁ ହସ୍ପିଟାଲକୁ ନେଇଥିଲେ। ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରାଗଲା।

 

ସମ୍ବନ୍ଧିତ ଖବର