ଜୋତାରେ ଛେପ ପକାଇ ଚାଟିବା ଭଳି ଅପମାନକୁ ସହି ନ ପାରି ଆତ୍ମହତ୍ୟା କଲେ ଯୁବକ

ମୁମ୍ବାଇ : ସୋମବାର ସାଉଥ ମୁମ୍ବାଇର କଫ ପାରେଡ଼େ ଅଞ୍ଚଳରେ ଅପମାନ ସହ୍ୟ ନକରି ପାରି ଜଣେ ୩୫ ବର୍ଷିୟ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ନାମ କରିମ ଶେଖ । ଚାରି ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିବା ସହ ଜଣେ ଜୋତାରେ ଛେପ ପକାଇ ତାକୁ ଚାଟିବା ପାଇଁ ବାଧ୍ୟ କରିଥିବାରୁ ସେ ଏପରି ପଦକ୍ଷେପ ନେଇଛନ୍ତି । ଏହି ବିଷୟରେ ସେ ତାଙ୍କ ଆତ୍ମହତ୍ୟା ପତ୍ରରେ ଉଲ୍ଲେଖ କରିଥିବାର କହିଛନ୍ତି ସ୍ଥାନୀୟ ପୁଲିସ କର୍ମଚାରୀ ।
ଘଟଣା ଅନୁଯାୟୀ,ବ୍ୟକ୍ତିଗତ ଶତ୍ରୁତା ଯୋଗୁଁ ଶୁକ୍ରବାର ଦିନ ସାଉଥ ମୁମ୍ବାଇର କଫ ପାରାଡ଼େ ଅଞ୍ଚଳରେ କରିମ ଶେଖଙ୍କୁ ୪ ଜଣ ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଏହି ଘଟଣା ସମୟରେ ଜଣେ ଦୁର୍ବୃତ୍ତ ନିଜ ଜୋତାରେ ଛେପ ପକାଇ କରିମଙ୍କୁ ଚାଟିବା ପାଇଁ ବାଧ୍ୟ କରିଥିଲା।

Writm

ସେହି ସମୟରେ କରିମ ସେହି ସ୍ଥାନରୁ ଖସି ପଳାଇବାରେ ସଫଳ ହୋଇଥିଲେ କିନ୍ତୁ ନିଜର ଅପମାନକୁ ସେ ଭୁଲି ପାରିନଥିଲେ । ଶେଷରେ ଶନିବାର ସନ୍ଧ୍ୟାରେ ଅପମାନରକୁ ସହ୍ୟ ନକରି ପାରି ନିଜକୁ ଫାଶୀ ଲଗାଇ ଦେଇଥିଲେ କରିମ । ପୁଲିସ ତଦନ୍ତ ସମୟରେ କରିମଙ୍କ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ମିଳିଥିଲା । ଏଥିରେ ସେ ୪ ଜଣ ଦୁର୍ବୃତ୍ତଙ୍କର ନାମ ଉଲ୍ଲେଖ କରିଥିଲେ । ବର୍ତ୍ତମାନ ସେ ଅନୁସାରେ ପୁଲିସ ଇସମାଇଲ ଶେଖ, ଅକବର ଶେଖ, କରିଆ ପାଭସି ଏବଂ ଅଫଜଲ କ୍ୱରେସୀଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର