୩୮ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ, ୨ ଗିରଫ

ଖଣ୍ଡଗିରି: ଅବକାରୀ ଟିମ୍‌ ଆଜି ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିରେ ଚଢ଼ଉ କରିଥିଲା। ସେଠାରୁ ଏହି ଟିମ୍‌ ୨ ଜଣଙ୍କୁ ଗିରଫ କରିବା ସହିତ ୩୮ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଥିଲା। ସେମାନେ ହେଲେ କେଉଟସାହିର ଯୁଧିଷ୍ଠିର ବେହେରା(୫୦) ଓ ଭୁବନୀ ବେହେରା(୪୨)। ଯୁଧିଷ୍ଠିରଠାରୁ ୧୩ ଗ୍ରାମ୍‌ ଓ ଭୁବନୀଠାରୁ ୨୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୪ ଲକ୍ଷ ଟଙ୍କ ହେବ ବୋଲି ଆକଳନ କରାଯାଇଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍‌ ନାମଞ୍ଜୁର ହେବାରୁ ଦୁଇ ଜଣଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ଗତ ୧୨ ତାରିଖରେ ଅବକାରୀ ଫ୍ଲାଇଂ ସ୍କ୍ଵାଡ୍‌ ସାମନ୍ତରାପୁର ବୈଷ୍ଣବ ନଗରରୁ ସରୋଜ ପାତ୍ର ଓ ମହିଳା ରଂଜୁ ପ୍ରଧାନଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୪୫ ଗ୍ରାମ୍‌ ପାଉଡର୍‌ ଜବତ କରିଥିଲା। ଗତ ୨୪ ତାରିଖରେ ଜଟଣୀ ଥାନା ପୁଲିସ ବାଲିଛକ ମୁଣ୍ଡିଆ ସାହିରୁ ସେକ୍‌ ଆକବର ଓ ସେକ୍‌ ସଲମନ୍‌କୁ ଗିରଫ କରିବା ସହ ସେମାନଙ୍କଠାରୁ ୨୦୦ ଗ୍ରାମ୍‌ ବ୍ରାଉନ୍‌ ସୁଗାର ଜବତ କରିଥିଲା। ଗତ କିଛି ଦିନ ହେଲା ଖଣ୍ଡଗିରି ଓ ଖୋର୍ଧାରୁ ଏହି ବିଷ ବେପାରୀଙ୍କୁ ଠାବ କରାଯାଇନାହିଁ। କଳିଙ୍ଗବିହାର, ତମାଣ୍ଡୋ, ଯାଁଳା ଓ ଗଙ୍ଗପଡ଼ା ଆଦି ଅଞ୍ଚଳରେ ବ୍ୟାପକ ବ୍ୟାପକ୍‌ ବ୍ରାଉନ୍‌ସୁଗାର କାରବାର ହେଉଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର