ଶିଖରଚଣ୍ଡୀ ନଗରରୁ ୪ ଲୁଟେରା ଗିରଫ
ଚନ୍ଦ୍ରଶେଖରପୁର: ଇନ୍ଫୋସିଟି ଅଞ୍ଚଳରେ ଥିବା ଏକ ଘରୋଇ କାର୍ଯ୍ୟାଳୟ ଓ କିଛି ଘରୁ ଗ୍ରିଲ ତାଡ଼ି ଲୁଟ୍ପାଟ କରିଥିବା ଏକ ଗ୍ୟାଙ୍ଗର ୪ଜଣ ସଦସ୍ୟଙ୍କୁ ଇନ୍ଫୋସିଟି ଥାନା ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଶିଖରଚଣ୍ଡୀ ନଗରର ପି କାଲା ରେଡ୍ଡି (୨୧), ଏନ୍ ପ୍ରକାଶ (୨୩), କେ ଲିଙ୍ଗା (୩୨) ଓ ପାଲସ୍ ମଣ୍ଡଳ (୨୬)। ସେମାନଙ୍କଠାରୁ ପୁଲିସ୍ ଏକ ସୁନା ଚେନ୍, ଲକେଟ୍, ମୁଦି, କାନଫୁଲ, ଲଗେଜ୍ ବ୍ୟାଗ୍, ଲ୍ୟାପ୍ଟପ୍ ଓ କିଛି ପାଇଖାନା ଫିଟିଂ ଉପକରଣ ଜବତ କରିଛି। ଏହି ଅଭିଯୁକ୍ତମାନେ ନିକଟରେ ଗୋଟିଏ ଶିକ୍ଷାନୁଷ୍ଠାନ ଓ ଗୋଟିଏ ଘରୁ ଚୋରି କରିଥିଲେ। କେହି ନଥିବା ସୁଯୋଗରେ ରାତିଅଧିଆ ଏମାନେ ଲୁଟ୍ପାଟ କରିଥିଲେ।