କୋଟିକୋଟି ଟଙ୍କାରେ ବିକ୍ରି କରୁଥିଲେ ଦୁଇମୁହାଁ ସାପ, ୫ ଚୋରାଚାଲାଣକାରୀଙ୍କୁ ଗିରଫ କଲା ପୁଲିସ୍

ପୁଣେ: କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ ଦୁଇ ମୁହାଁ ସାପକୁ ଚାଲାଣ କରୁଥିବା ଏକ ରାକେଟକୁ ଠାବ କରିଛି। ଏହି ଘଟଣାରେ ସାମିଲ ଥିବା ୫ ଜଣ ଚାଲାଣକାରୀକୁ ଗିରଫ କରିବା ସହିତ ପୁଲିସ ସେମାନଙ୍କଠାରୁ ଅନେକ ଦୁଇମୁହାଁ ସାପ ଜବତ କରିଛି। ଯାଞ୍ଚ ସମୟରେ ଜଣାପଡ଼ିଥିଲା କି ଏହି ସାପକୁ ସେମାନେ ବିଦେଶରେ କୋଟିକୋଟି ଟଙ୍କାରେ ବିକ୍ରି କରୁଥିଲେ। ଗିରଫ ଅଭିଯୁକ୍ତଙ୍କ ନାମ, ଅମର ଅରୁଣ ରାଠୋଡ, ବାବାସାହେବ, ବସନ୍ତ ରାଠୋଡ, ଭୀମରାଓ ନରସପ୍ପା ଜାଘବ ଓ ନଗର ଚନ୍ଦ୍ରକାନ୍ତ।

ପୁଲିସ ସୂତ୍ରରୁ ପ୍ରକାଶ, ଗୁରୁବାର ଏକ ବିଶେଷସୂତ୍ରରୁ ସୂଚନା ପାଇବା ପରେ ଏହାକୁ ଆଧାର କରି ସହାୟକ ପୁଲିସ ନୀରିକ୍ଷକ ହରିଶ ମାନେ ତାଙ୍କର ଏକ ସ୍ୱତସ୍ତ୍ର ଟିମ୍‌ ସହିତ ସହରର କୋଣଅନୁକୋଣ ଯାଞ୍ଚ କରିଥିଲେ। ଏହି ସମୟରେ ଦୁଇ ଚାଲାଣକାରୀଙ୍କୁ ଗିରଫ କରି ସେମାନଙ୍କଠାରୁ ୫ଟି ଦୁଇମୁହାଁ ସାପକୁ ଜବତ କରିଥିଲେ। ଏହି ଦୁଇଜଣ ଚାଲାଣକାରୀଙ୍କ ଜରିଆରେ ଏହି ରାକେଟ୍‌ରେ ସାମିଲ ଥିବା ଅନ୍ୟ ତିନିଜଣକୁ ବି ପୁଲିସ ଗିରଫ କରିବାରେ ସଫଳ ହୋଇଥିଲା।

ସହାୟକ ପୁଲିସ ନୀରିକ୍ଷକ ହରିଶ ମାନେଙ୍କ କହିବାନୁସାରେ, ଏହି ଦୁଇ ମୁହାଁ ସାପକୁ କଳା ଯାଦୁ ପାଇଁ ବ୍ୟବହାର କରାଯାଏ।

ସମ୍ବନ୍ଧିତ ଖବର