୧୭ ବର୍ଷୀୟ ବାଳିକାକୁ ୮ ଦିନ ଧରି ବେଙ୍ଗାଲୁରୁ ଲଜ୍‌ରେ ରଖି ଦୁଷ୍କର୍ମ କଲେ ୪ ଅପହରଣକାରୀ

ବେଙ୍ଗାଲୁରୁ: ଜଣେ ୧୭ ବର୍ଷୀୟ ବାଳିକା ସହ ଦୁଷ୍କର୍ମ, ଅପହରଣ ଏବଂ ଗୃହବନ୍ଦୀ କରିବା ଅଭିଯୋଗରେ କେଆର୍‌ ପୁରମ୍‌ ପୁଲିସ ଚାରି ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି।

ହ୍ଵିଟ୍‌ଫିଲ୍‌ଡ୍‌ସ୍ଥିତ ଏକ ଲଜିଙ୍ଗ୍‌ରୁ ପୁଲିସ ସେ ବାଳିକାକୁ ଉଦ୍ଧାର କରିଛି। ତାକୁ ଗୃହବନ୍ଦୀ କରି ତା’ ସହ ଆଠ ଦିନ ଧରି ଦୁଷ୍କର୍ମ କରାଯାଇଛି ବୋଲି କୁହାଯାଉଛି।

ପୁଲିସ କହିବାନୁସାରେ, ପିୟୁର ଛାତ୍ରୀ ସେ ଝିଅ କଲେଜକୁ ଯିବା ନିମନ୍ତେ ଅକ୍ଟୋବର ୨୬ ତାରିଖ ଦିନ ଘର ଛାଡ଼ିଥିଲା। କ୍ଲାସ୍‌ ସରିଲେ ପାର୍ଟିରେ ଯୋଗ ଦେବାକୁ ସେ ତା’ ସାଙ୍ଗ ଘରକୁ ଯିବ ବୋଲି ବାପା ମାଆଙ୍କୁ କହିଥିଲା। ବାଳିକା ତା’ ସାଙ୍ଗ ଘରକୁ ଯାଇ ସେଠାରେ ଦୁଇ ଦିନ ରହିଥିଲା।

ଅକ୍ଟୋବର ୨୮ ତାରିଖ ଦିନ ସେ କାଡୁଗୋଡ଼ି ରେଳ ଷ୍ଟେସନ୍‌ରେ ଛିଡ଼ା ହୋଇଥିବାବେଳେ ବାଳିକାରଟିର ପରିଚିତ ବ୍ୟକ୍ତି ୨୭ ବର୍ଷିୟ ରାଘବେନ୍ଦ୍ର ତାକୁ ଭଳାଇ ହ୍ଵିଟ୍‌ଫିଲ୍‌ଡ୍‌ର ଏକ ଲଜ୍‌କୁ ନେଇ ଯାଇଥିଲେ।

ଅକ୍ଟୋବର ୨୮ ତାରିଖ ଦିନ ଘରକୁ ଫେରିଥିବା କଥା ତା’ ସାଙ୍ଗ ଠାରୁ ଜାଣି ପରେ ଚାରି ଦିନ ବିତି ଯାଇଥିଲେ ମଧ୍ୟ ଝିଅ ଘରକୁ ନ ଫେରିବାରୁ ଚିନ୍ତିତ ବାପା ମାଆ ଅକ୍ଟୋବର ୩୦ ତାରିଖ ଦିନ କେ ଆର୍‌ ପୁରମ୍‌ ଥାନାରେ ନିରୁଦ୍ଦେଶ ଅଭିଯୋଗ ଦାଏର କଲେ।

ବାଳିକାକୁ ଲଜ୍‌କୁ ନେଇ ଥିବା ରାଘବେନ୍ଦ୍ର ତା’ସହ ନିଜର ଦୁଇ ବନ୍ଧୁ ୨୨ ବର୍ଷିୟ ସାଗର ଏବଂ ୩୨ ବର୍ଷିୟ ମନୁ ରାଜଙ୍କ ସହ ମିଶି ଦୁଷ୍କର୍ମ କରିଥିଲେ ବୋଲି କୁହାଯାଉଛି।

ପରେ ଲଜ୍‌ ମାଲିକ ୫୨ ବର୍ଷିୟ ମନୋରଞ୍ଜନ ପଣ୍ଡିତ ମଧ୍ୟ ରାଘବେନ୍ଦ୍ର ଏବଂ ତାଙ୍କ ବନ୍ଧୁଗଣଙ୍କ ସହ ମିଶି ସେ ବାଳିକା ସହ ଦୁଷ୍କର୍ମ କରିଥିଲେ।
ଅପହରଣ ମାମଲା ରୁଜୁ କରିଥିବା କେ ଆର୍‌ ପୁରମ୍‌ ପୁଲିସ ନିରୁଦ୍ଦିଷ୍ଟ ବାଳିକାକୁ ଖୋଜିବାକୁ ଏକ ଟିମ୍‌ ଗଠନ କରିଥିଲେ।

ତଦନ୍ତକାଳରେ ପୁଲିସ ସୂଚନା ପାଇଲା ଯେ ବାଳିକାଟି ଗୋଟାଏ ଲଜ୍‌ରେ ଅଛି। ନଭେମ୍ବର ୪ ତାରିଖ ଦିନ ପୁଲିସ ସେ ଲଜ୍‌ରେ ଚଢ଼ାଉ କରି ଗୋଟିଏ କୋଠରିରୁ ସେ ବାଳିକାକୁ ଉଦ୍ଧାର କଲା। ବାଳିକା ଫାଇଲ୍‌ କରିଥିବା ଅଭିଯୋଗକୁ ଆଧାର କରି ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା।

ଧାରା ୩୭୬ଡି (ଗଣ ଦୁଷ୍କର୍ମ), ୩୬୮ (ଗୃହବନ୍ଦୀ), ୩୬୩ (ଅପହରଣ), ୩୪୩ (କାହାକୁ ୩ ଦିନରୁ ଅଧିକ କାଳ ଗୃହବନ୍ଦୀ କରିବା), ୫୦୫ (ଶାନ୍ତି ନଷ୍ଟ କରିବାକୁ ଜାଣିଶୁଣି ଅପମାନିତ କରିବା) ୫୦୬ ( ଅପରାଧିକ ଭୟ ସୃଷ୍ଟି କରିବା) ଆଦି ଆଇପିସି ଧାର ସହ ପିଓସିଏସ୍‌ଓ ଆକ୍ଟ୍‌ର ଧାରା ୪ ଏବଂ ୬ ଆଧାରରେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ପୁଲିସ କହିବା ଅନୁସାରେ, ସମ୍ମତି ଥାଇ ବି ଯେ କେହି ଜଣେ ନାବାଳିକା ସହ ସଂସର୍ଗ କରେ, ତାହା ଦୁଷ୍କର୍ମ ବୋଲି ବିବେଚିତ କରାଯିବ, ଏବଂ ତା’ ସହ ବାସ କଲେ ମଧ୍ୟ ତାହାକୁ ଗୃହବନ୍ଦୀ ବୋଲି ବିଚାର କରାଯିବ।

 

ସମ୍ବନ୍ଧିତ ଖବର