ଚାରି ମହିଳା ୬୦ଲକ୍ଷ ଟଙ୍କାର ସୁନାକୁ ଏମିତି ଏକ ସ୍ଥାନରେ ଲୁଚାଇ ରଖିଥିଲେ କି ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଚୋରିର ଅନେକ ଘଟଣା ଆପଣ ଶୁଣିବାକୁ ପାଇଥିବେ। କିନ୍ତୁ ନିକଟରେ ଚୋରିକୁ ନେଇ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୁଣେର ବିମାନବନ୍ଦରରେ ସୁନା ଚାଲାଣ କରୁଥିବା ଚାରିଜଣ ମହିଳାଙ୍କୁ ଗିରଫ କରାଯାଇଛି। ଗିରଫ ଚାରିଜଣ ମହିଳା ନିଜ ମଳାଶୟରେ ସୁନାକୁ ଲୁଚାଇ ଚାଲାଣ କରିବା ପାଇଁ ଯୋଜନା ରଖିଥିବା ସମୟରେ ପୁଣେ କଷ୍ଟମ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି।

ସୂଚନାଯୋଗ୍ୟ, ଗ୍ରୀନ ଚ୍ୟାନେଲ ପାସ୍‌ କରୁଥିବା ସମୟରେ ଏହି ଚାରିଜଣ ମହିଳାଙ୍କ ଯାଞ୍ଚ କରାଯାଇଥିଲା। କଷ୍ଟମ ବିଭାଗ ଖ୍ଵାଲା ହଲହାଦି ଅହମଦ ଅମାରା, ମବାହିବ ମସରି ଅହମଦ ଅଦାମ, ସଲମା ସଲହ ମୋହମ୍ମଦ ୟାସିଦ ଓ ମନଲ ଇଲିତୟାବ ଅଦବିଲା ମୋହମ୍ମଦଙ୍କୁ ସୁନା ଚାଲାଣ କରାଯାଉଥିବା ସମୟରେ ଗିରଫ କରାଯାଇଛି। ଚୋରି କରିବାର ଏଭଳି ଅନ୍ଦାଜ ପ୍ରଥମ ଥର ଦେଖିବାକୁ ମିଳିଛି। ମଳାଶୟ ଭିତରେ ୨୦୩୬.୩୯ ଗ୍ରାମର ସୁନା ଲୁଚାଇ ରଖିଥିଲେ ଏହି ଚାରିଜଣ ମହିଳା। ଏହି ମହିଳାମାନେ ସ୍ପାଇସ୍‌ ଜେଟ ବିମାନରେ ପୁଣେ ବିମାନ ବନ୍ଦରକୁ ଆସିଥିଲେ।

ସମ୍ବନ୍ଧିତ ଖବର