ଦୁଇ ବର୍ଷ ଧରି ଦୁଇ ନାବଳିକା ଝିଅ ସହ ଦୁଷ୍କର୍ମ କରୁଥିବା ଅଭିଯୋଗରେ ଗିରଫ ହେଲା ବାପା

ନୂଆଦିଲ୍ଲୀ : ଦୁଇ ବର୍ଷ ଧରି ନିଜର ଦୁଇ ଝିଅଙ୍କ ସହ ଦୁଷ୍କର୍ମ କରୁଥିବାରୁ ବାପାକୁ ଗିରଫ କରିଛି ପୁଲିସ । ଦୀର୍ଘ ଦୁଇ ବର୍ଷ ପରେ ଦୁଇ ଜଣ ପୀଡ଼ିତା ମୁହଁ ଖୋଲିବାରୁ ସୋମବାର ଅଭିଯୁକ୍ତ ବାପାକୁ ପୁଲିସ ଗିରଫ କରିଥିଲା । ଦୁଇ ଜଣ ନାବଳିକା ହୋଇଥିବାରୁ ଅଭିଯୁକ୍ତକୁ ପୋସ୍କୋ ଆକ୍ଟ ଅନୁଯାୟୀ ଗିରଫ କରାଯାଇଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଦୁଇ ବର୍ଷ ପୂର୍ବରୁ ଅଭିଯୁକ୍ତ ଜଣଙ୍କ ନିଜ ବଡ଼ ଝିଅ ସହ ଦୁଷ୍କର୍ମ କରିବା ଭଳି ଲଜ୍ଜାଜନମ କାମ କରିବା ଆରମ୍ଭ କରିଥିଲେ । ଘରର ସମସ୍ତ ସଦସ୍ୟ କାମରେ ବାହାରକୁ ଯାଇଥିବା ବେଳେ ପୀଡ଼ିତା ଜଣଙ୍କ ଉପର ଘରେ ବସି ପାଠ ପଢ଼ୁଥିଲେ । ଏହି ସମୟରେ ଅଭିଯୁକ୍ତ ଆସି ତା’ଙ୍କ ସହ ଦୁଷ୍କର୍ମ କରିବାର ଉଦ୍ୟମ କରିଥିଲେ । ପୀଡ଼ିତା ଜଣଙ୍କ ରୋକିବାକୁ ଚେଷ୍ଟା କରିବାରୁ ଅଭିଯୁକ୍ତ ଜଣଙ୍କ ତା’ଙ୍କୁ ମାଡ଼ ମାରିବା ସହ ବଳପୂର୍ବକ ତା’ଙ୍କ ସହ ଦୁଷ୍କର୍ମ କରିଥିଲେ । ଏହା ସହ ଏ ବିଷୟରେ କାହାକୁ ଜଣାଇଥିଲେ ତୋ ମା’ ସହ ତତେ ମଧ୍ୟ ବେଶ୍ୟା ବୃତ୍ତିରେ ନିଯୋଜିତ କରାଇବାର ଧମକ ଦେଇଥିଲେ ।

The Financial Express

ଅଭିଯୁକ୍ତଙ୍କ ଏପରି ଧମକରେ ପୀଡ଼ିତା ଜଣଙ୍କ କାହାକୁ କିଛି କହି ନଥିଲେ । କିନ୍ତୁ କିଛି ଦିନ ପରେ ଅଭିଯୁକ୍ତ ଜଣଙ୍କ ନିଜ ସାନ ଝିଅକୁ ମଧ୍ୟ ନିଜ ବାସନାର ଶିକାର ବନାଇଥିଲେ । ପୀଡ଼ିତା ଏବଂ ତା’ଙ୍କ ସାନ ଭଉଣୀ ଘରେ ଟିଭି ଦେଖୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଆସି ସାନ ଝିଅ ସହ ଅସଦାଚରଣ କରିବା ଆରମ୍ଭ କରି ଦେଇଥିଲେ । ଏହାକୁ ଦେଖି ପୀଡ଼ିତା ଜଣଙ୍କ ପାଟି କରିବାରୁ ଅଭିଯୁକ୍ତ ଜଣଙ୍କ ତା’ଙ୍କୁ ମାଡ଼ ମାରିବା ସହ ପାଟି କଲେ ତୁମ ସାନ ଭାଇକୁ ମାରିଦେବି ବୋଲି ଧମକ ଦେଇଥିଲେ । ସାନ ଭଉଣୀକୁ ନିଜ ପରି ନିର୍ଯ୍ୟାତିତ ହେଉଥିବା ଦେଖି ପୀଡ଼ିତା ଜଣଙ୍କ ତା’ଙ୍କ ମା’ଙ୍କୁ ସବୁ କିଛି ଜଣାଇଥିଲେ । ସବୁ ଘଟଣା ବିଷୟରେ ଜାଣିବା ପରେ ପୀଡ଼ିତା ଏବଂ ତାଙ୍କ ମା’ ଯାଇ ପୁଲିସରେ ଏତଲା ଦେବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ପୁଲିସ ।

ସମ୍ବନ୍ଧିତ ଖବର