ଶିଶୁ ନିର୍ଯାତନାର ଶିକାର ଅଭିଯୋଗ ପରେ ଚେନ୍ନାଇ ଅନାଥାଳୟରୁ ୪୪ ପିଲା ଉଦ୍ଧାର

ଚେନ୍ନାଇ: ଚେନ୍ନାଇରେ ୧୧ବର୍ଷ ପିଲାର ଦୁଷ୍କର୍ମର ଶିକାର ହେବା ଅଭିଯୋଗ ଆଣିବା ପରେ ସହରର ଏକ ବଡ଼ ଅନାଥାଳୟରୁ ୪ରୁ ୧୫ବର୍ଷ ବୟସର ୪୦ ପିଲାଙ୍କୁ ଉଦ୍ଧାର କରାଯାଇଛି। ସମସ୍ତଙ୍କୁ ଉଦ୍ଧାର କରି ଡାକ୍ତରି ମାଇନା ପାଇଁ ପଠା ଯାଇଛି।

ଏହି ମାମଲା ସାମ୍ନାକୁ ଆସିବା ପରେ ଗୁରୁବାର ସ୍ୱରସ୍ୱତୀ ନଗରଠାରେ ଥିବା ଇଣ୍ଟରନାଲ ଓ୍ଵାଲ ଟ୍ରଷ୍ଟ ଅର୍‌ଫାନ୍‌ରେ ଦ୍ୱୈତନଗରୀ ମାଜିଷ୍ଟ୍ରେଟ ଅନିତାଅନନ୍ତ ଓ ବି ସୌନ୍ଦର୍ଯ୍ୟା ସଚେତନା କାର୍ଯ୍ୟକ୍ରମ ରଖିଥିଲେ।

ପୁଲିସ ସୂତ୍ରରୁ ପ୍ରକାଶ: ଚେନ୍ନାଇ ଅନାଥାଳୟର କିଛି ପିଲା ଯୌନ ନିର୍ଯାତନା ଶିକାର ହୋଇଥିବା ଅଭିଯୋଗ ନେଇ ଆଗକୁ ଆସିଥିଲେ। ଏହାପରେ ସମସ୍ତ ମହିଳା ପୁଲିସ ଷ୍ଟେସନ୍‌ର ଇନ୍ସପେକ୍ଟର ଶୋଭା ରାଣି ପିଲାମାନଙ୍କୁ ଯଥାଶୀଘ୍ର ଅନାଥାଳୟରୁ ଉଦ୍ଧାର କରିବା କାମ ଆରମ୍ଭ କରିଥିଲେ। ଅନାଥାଳୟରୁ ୨୪ଜଣ ନାବାଳିକା ଓ ୨୦ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ଯାଞ୍ଚ ପରେ ଜଣାପଡ଼ିଲା କି ଅନାଥାଳୟ ଚଳାଇବା ପାଇଁ ଲାଇସେନ୍ସ ହିଁ ନାହିଁ।

ଯାଞ୍ଚ ଅଧିକାରୀଙ୍କ କହିବାନୁସାରେ, ଏହି ଅନାଥାଳୟ ବେଆଇନ୍‌ ଭାବେ ଚାଲୁଥିଲା। ଏହାକୁ ଜୋକୋବ୍‌ ସାମୁଏଲ(୬୪) ସମେତ ଅନ୍ୟ ଚାରିଜଣ ଏହି ଚଳାଉ ଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ଜାଣି ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ । ସମସ୍ତଙ୍କୁ ଶନିବାର ପୁଲିସ କାବୁ କରିଛି। ବେଆଇନ୍‌ ଅନାଥାଳୟ ଚଳାଉଥିବା ବିମଲ ଜାକୋବ୍‌(୫୯) ବାବୁ ସାମୁଏଲ(୫୪), ମୁଥୁ (୨୭)ଓ ଭାସ୍କର (୩୯)କୁ ଗିରଫ କରାଯାଇଛି। ଏମାନଙ୍କ ବିରୋଧରେ ଶିଶୁ ଯୌନ ନିର୍ଯାତନା ସୁରକ୍ଷା ଆଇନ ୨୦୧୨ ଅନୁଯାୟୀ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର