ନିଶା ଇଞ୍ଜେକ୍‌ସନ୍‌ ଦେଇ ୪ବର୍ଷୀୟ ଶିଶୁକନ୍ୟା ସହ ଦୁଷ୍କର୍ମ କଲେ ସ୍କୁଲ ଭ୍ୟାନ୍‌ ଚାଳକ ଏବଂ ସଫେଇ କର୍ମଚାରୀ

ଚେନ୍ନାଇ : ତାମିଲନାଡୁର କୋଏମ୍ବାଟୁରରେ ୪ ବର୍ଷୀୟ ଶିଶୁ କନ୍ୟା ସହ ଦୁଷ୍କର୍ମ ହୋଇଥିବା ଖବର ମିଳିଛି । ନିଶା ଇଞ୍ଜେକ୍‌ସନ୍‌ ଦେଇ ସ୍କୁଲ ଭ୍ୟାନ୍‌ ଚାଳକ ଏବଂ ସ୍କୁଲର ସଫେଇ କର୍ମଚାରୀ ଦୁଷ୍କର୍ମ କରିଛନ୍ତି । ଦୁହେଁ ପୀଡ଼ିତାଙ୍କ ସହ ସ୍କୁଲ ଭ୍ୟାନ ଭିତରେ ଦୁଷ୍କର୍ମ କରିଥିବା କହିଛି ପୁଲିସ । ପୂରା ମାମଲା ସାମ୍ନାକୁ ଆସିବା ପରେ ଏବେ ପୁଲିସ ଦୁହିଁଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଏତଲା ରୁଜୁ କରିଛି ।

The Pioneer

ପୁଲିସ ଦେଇଥିବା ସୂଚନା ମୁତାବକ, ପୀଡ଼ିତା ଏକ ଘରୋଇ ସ୍କୁଲରେ ପଢ଼ୁଥିବା ବେଳେ ସ୍କୁଲ ଭ୍ୟାନ୍‌ରେ ଯିବା ଆସିବା କରନ୍ତି । ଯିବା ଆସିବା କରିବା ଭିତରେ ଚାଳକଙ୍କ ନଜର ପୀଡ଼ିତାଙ୍କ ଉପରେ ପଡ଼ିଥିଲା । ଏହା ପରେ ସେ ସ୍କୁଲର ସଫେଇ କର୍ମଚାରୀଙ୍କ ସହ ମିଶି ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ଦୁହେଁ ପୀଡ଼ିତାଙ୍କୁ ନେଇ ଘରେ ଛାଡ଼ିବା ପରେ ପୀଡ଼ିତା ନିଜ ମାତା-ପିତାଙ୍କୁ ପୂରା ଘଟଣା ଜଣାଇଥିଲେ । ସବୁ ଘଟଣା ଜାଣି ପରିବାର ଲୋକେ ମହିଳା ପୁଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିବା ସହ ଦୁହିଁଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ଗିରଫ ପରେ ଭ୍ୟାନ୍‌ ଚାଳକଙ୍କ ନାଁ ଗୋବିନ୍ଦରାଜ ଏବଂ ସଫେଇ କର୍ମଚାରୀଙ୍କ ନାଁ ମରୀମୁଥୁ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର