୫ ଜୁଆଡ଼ି ଗିରଫ

ଭୁବନେଶ୍ୱର : କଟକ ରୋଡ୍‌ସ୍ଥିତ ବଙ୍ଗାଳି ସାହିରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି ଲକ୍ଷ୍ମୀସାଗର ଥାନା ପୁଲିସ ୫ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଉପରସାହିର ପ୍ରକାଶ ଭୋଇ(୪୦), ସାଲିଆସାହି ଜନ୍ତାନଗରର ଶୈଳେନ୍ଦ୍ର କୁମାର(୪୦), କେଶୁରା ପିଜେ କଲେଜ ଅଞ୍ଚଳର ଅମରେଶ ମହନ୍ତ(୪୫), ହଳଦୀପଡ଼ିଆ ବସ୍ତିର ଯୋଗୀ ଦାସ(୫୦) ଓ ପ୍ରମୋଦ ଦାସ(୪୫)। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ। ପୁଲିସ ସେମାନଙ୍କ ନିକଟରୁ ୪ଟି ବାଇକ୍‌, ପାଖାପାଖି ସାଢ଼େ ୭ ହଜାର ଟଙ୍କା ୫ଟି ମୋବାଇଲ୍‌ ଜବତ କରିଛି। ପୁଲିସ ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ବଙ୍ଗାଳିସାହିର ଏକ ଘରେ ଜୁଆ ଆଡ଼ା ଚାଲିଥିବା ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ପୁଲିସ ସେଠାରୁ ୫ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଖସି ପଳାଇଥିଲେ। ସେହିପରି ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଚଳାଇଛି।

ସୁନାଗହଣା ଜବତ, ୨ ଗିରଫ
ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଆଜି ଏକ ଚୋରି ମାମଲାରେ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେମାନେ ହେଲେ, ଶ୍ରୀଲିଙ୍ଗରାଜ ଥାନା ବିବେକାନନ୍ଦ ମାର୍ଗରେ ରହୁଥିବା ଅମର ମହାରଣା (୪୧) ଏବଂ ପୁନାମାଗେଟ ଅଞ୍ଚଳରେ ରହୁଥିବା ବଳରାମ ମହାରଣା। ଜାମିନ୍‌ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସେମାନଙ୍କ ନିକଟରୁ ଚୋରି ସୁନାଗହଣା ଜବତ କରିଛି। ଏ ସଂପର୍କରେ ବାଲିଅନ୍ତା ପଞ୍ଚାୟତ ସମିତିସ୍ଥିତ ଭର୍ସା ଆପାର୍ଟମେଣ୍ଟରେ ରହୁଥିବା ସୁରେଶ ସାହୁ ନାମକ ଜଣେ ବାସିନ୍ଦା ଲିଖିତ ଅଭିଯୋଗ କରିଥିଲେ। ସୁରେଶଙ୍କ ଅଭିଯୋଗ ଅନୁଯାୟୀ ଗତ ୨୫ ତାରିଖ ସେ ନଥିବା ବେଳେ ଆଲମିରା ତାଲା ଭାଙ୍ଗି ୨୧ହଜାର ଟଙ୍କା ସହ ହଳେ କାନଫୁଲ, ଲକେଟ ଓ ରୁପାମୁଦ୍ର ଦୁର୍ବୃତ୍ତ ଚୋରି କରି ନେଇଥିଲା। ଅଭିଯୋଗକୁ ଭିତ୍ତି କରି ପୁଲିସ ନମ୍ବର ୧୩୫/୧୮ରେ ମାମଲା ରୁଜୁ କରି ଅନୁସନ୍ଧାନ ଚଳାଇଥିଲା।

ସମ୍ବନ୍ଧିତ ଖବର