ଜେଲ୍‌ ଗଲେ ୫ ବ୍ରାଉନ୍‌ ସୁଗାର୍‌ ବେପାରୀ

ଖଣ୍ଡଗିରି: ମଙ୍ଗଳବାର କମିସନରେଟ୍‌ ପୁଲିସ ଧରିଥିବା ୫ ବ୍ରାଉନ୍‌ ସୁଗାର ବେପାରୀଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସେକ୍‌ ଆଜାଦ୍‌, ତପନ କୁମାର କର, ରାକେଶ ରଂଜନ ମହାନ୍ତି, ଅନ୍ତର୍ଯ୍ୟାମୀ ପ୍ରଧାନ ଓ କୁଖ୍ୟାତ୍‌ ଡକାୟତ ସୁରେଶ ଗଜେନ୍ଦ୍ର ଓରଫ୍‌ ବାଲା। ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସେମାନଙ୍କଠାରୁ ୩୫ ଗ୍ରାମ୍‌ ବ୍ରାଉନ୍‌ ସୁଗାର, ୩ଟି ବାଇକ୍‌ ଓ ନଗଦ ୧୦ ହଜାର ୫ ଶହ ଟଙ୍କା ଜବତ କରାଯାଇଛି। ସୂଚନାନୁସାରେ ଏହି ୫ ଜଣ ବ୍ରାଉନ୍‌ ସୁଗାର ବିକିବା ପାଇଁ ଉଦୟଗିରି ପାହାଡ଼ ନିକଟ ବସ୍‌ ଟର୍ମିନାଲ୍‌ ନିକଟକୁ ଆସିଥିବାବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ବାଲା ଜଣେ କୁଖ୍ୟାତ୍‌ ଅନ୍ତଃଜିଲ୍ଲା ଡକାୟତ ଭାବେ ଜଣାଶୁଣା। ୨୦୧୬ ମସିହାରେ ସେପ୍ଟେମ୍ବର ମାସ ଗଣେଶ ପୂଜା ଦିନ ଦିପହରେ ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଛକ ନିକଟ ଜଣେ ଅବସରପ୍ରାପ୍ତ ରାଜସ୍ୱ ଅଧିକାରୀଙ୍କ ଘରେ ପଶି ବୃଦ୍ଧ ଦମ୍ପତିଙ୍କୁ ହାଣି ସୁନା ଗହଣା ଲୁଟି ନେଇଥିଲା। ଏହି ମାମଲାରେ ତାକୁ ଖଣ୍ଡଗିରି ଥାନା ପୁଲିସ ଘାଟିକିଆ ଅଞ୍ଚଳରେ ଏନ୍‌କାଉଣ୍ଟର କରି ଗିରଫ କରିଥିଲା।

ସମ୍ବନ୍ଧିତ ଖବର