୬ ଜୁଆଡ଼ି ଗିରଫ, ୫ ହଜାର ଟଙ୍କା ଜବତ

ଭୁବନେଶ୍ବର: ଖାରବେଳନଗରସ୍ଥିତ ମଲ୍ଲିକ ମାର୍କେଟ କମ୍ପ୍ଲେକ୍ସ ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଚଢ଼ଉ କରି ପୁଲିସ ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୫ ହଜାର ଟଙ୍କା ଜବତ ହୋଇଛି। ସୋମବାର ରାତି ପ୍ରାୟ ସାଢ଼େ ୧୧ଟାରେ ମଲ୍ଲିକ କ‌େମ୍ପ୍ଲକ୍ସ ନିକଟରେ ଥିବା ଏକ ଘରେ ଜୁଆ ଆଡ଼ା ଚାଲିଥିବା ପୁଲିସ ଜାଣିବାକୁ ପାଇଥିଲା। ପୁଲିସର ଏକ ଟିମ୍‌ ତୁରନ୍ତ ସେଠାରେ ଚଢ଼ଉ କରି ୬ ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟମାନେ ଘଟଣାସ୍ଥଳରୁ ଫେରାର‌୍‌ ହୋଇଯାଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର