୫ ଲୁଟେରା ଗିରଫ, ଟଙ୍କା ଓ ମୋବାଇଲ୍‌ ଜବତ

ଭୁବନେଶ୍ବର: ଲୁଟ୍‌ପାଟ୍‌ ଅଭିଯୋଗରେ ରେଳବାଇ ଥାନା ପୁଲିସ ୫ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨୨ହଜାର ଟଙ୍କା ଓ ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଞ୍ଚଳର ଅଭୟ ବିଶୋୟୀ ଓରଫ ଶିବୁ(୩୦), ସିପୁନ୍‌ ସେଠୀ ଓରଫ ସିପୁ(୨୨), ସନ୍ତୋଷ ସାହୁ(୨୦), ଝାରଖଣ୍ଡ ତିନିପହର ଥାନା ଅଞ୍ଚଳର ସୋନୁ ରବଣୀ(୧୯) ଏବଂ ଅନୁକ୍‌ ମହତ(୨୦)। ଅମରେଶ ପ୍ରଧାନ ଓ ବେଣୁଗୋପାଳ ପାଣିଗ୍ରାହୀ ନାମକ ବ୍ୟକ୍ତିଙ୍କଠାରୁ ଏମାନେ ଲୁଟ୍‌ କରିଥିଲେ। ଉଭୟଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧିତ ଖବର