ସ୍ୱିସ୍‌ ଦମ୍ପତି ଆକ୍ରମଣ ଘଟନାରେ ୫ ନାବାଳକ ଅଟକ: ଅନ୍ୟଜଣଙ୍କୁ ଧରିବାକୁ ଚଢ଼ଉ ଜାରି

ଆଗ୍ରା: ଫତେପୁର ସିକ୍ରିଠାରେ ହଳେ ସ୍ୱିସ୍‌ ଦମ୍ପତିଙ୍କ ଉପରେ ଅମାନବୀୟ ଆକ୍ରମଣ କରି କ୍ଷତ ବିକ୍ଷତ କରିଥିବା ଘଟନାରେ ଗୁରୁବାର ଦିନ ପୁଲିସ ପାଞ୍ଚ ଜଣ ନାବାଳକଙ୍କୁ ଅଟକ ରଖିଛି। ଷଷ୍ଠ ଅଭିଯୁକ୍ତ, ସମ୍ଭବତଃ ନାବାଳକ, ଫେରାର ହୋଇ ଯାଇଛି। ତାଙ୍କୁ ଧରିବା ପାଇଁ ଉତ୍ତର ପ୍ରଦେଶର କେତେକ ଅଞ୍ଚଳରେ ଚଢ଼ଉ ଚାଲିଥିଲା। ଭାରତୀୟ ପିଙ୍ଗଳ କୋଡ୍‌ ଧରା ୩୨୩ (ଜାଣିଶୁଣି ଆଘାତ ଦେବା) ଏବଂ ୩୨୫ (ସାଙ୍ଘାତିକ ଆଘାତ କରିବା) ଅନୁସାରେ ତିନିଜଣଙ୍କୁ ଚାର୍ଜ କରା ଯାଇଛି।

ଗତ ରବିବାର ଦିନ ଦମ୍ପତି କ୍ୱେଣ୍ଟିନ୍‌ ଜେରିମି କ୍ଲେର୍କ ଏବଂ ମେରି ଡ୍ରୋଜ୍‌ ଫତେପୁର ସିକ୍ରିଠାରେ ଚଲାବୁଲା କରୁଥିବାବେଳେ ଆକ୍ରମଣର ସରବ୍ୟ ହୋଇଥିବା କଥା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ଉତ୍ତର ପ୍ରଦେଶ ସରକାର ଏବଂ ପୁଲିସକୁ ବିଭିନ୍ନ ଆଡୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Photo Courtesy of TOI

ଗୁରୁବାର ଦିନ ଆଗ୍ରା ଠାରେ ଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ଯେ ପର୍ଯ୍ୟଟକମାନଙ୍କ ସୁରକ୍ଷା ନିମନ୍ତେ ସରକାର ବଦ୍ଧପରିକର। ଆକ୍ରମଣକାରୀଙ୍କୁ ଛଡ଼ା ଯିବ ନାହିଁ। ଏଇ ମୁହୂର୍ତ୍ତରୁ ଟୁରିଜିମ୍‌ ପୋଲିସ କେବଳ ତାଜ ମହଲରେ ସୀମିତ ରହିବେ ନାହିଁ। ଉତ୍ତର ପ୍ରଦେଶରେ ପର୍ଯ୍ୟଟକମାନଙ୍କ ପ୍ରତି ଦୁର୍ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ଆମେ ଦୟାଶୀଳ ହେବୁ ନାହିଁ। ପର୍ଯ୍ୟଟକମାନଙ୍କୁ ସୁରକ୍ଷା ଦେବାକୁ ଆମ ସରକାର ଏକ ନୂତନ ଯୋଜନା ଗଠନ କରିବ।

ଡିଜିପି ସୁଲ୍‌ଖାନ୍‌ ସିଂହ ମଧ୍ୟ ଉକ୍ତ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି।

Photo Courtesy of TOI

ପୁଲିସ କହିବା ଅନୁସାରେ, ଆଗ୍ରା ଏବଂ ଉତ୍ତର ପ୍ରଦେଶ-ରାଜସ୍ଥାନ ସୀମାନ୍ତ ଅଞ୍ଚଳରେ ପୁଲିସ କେତେଗୁଡ଼ିଏ ଚଢ଼ଉ କରିବା ପରେ ନାବାଳକମାନଙ୍କୁ ଗିରଫ କରିଥିଲା। ଆଗ୍ରାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅମିତ ପାଠକ କହିଲେ, ଚେହେରାରୁ ନାବାଳକ ପରି ଦିଶୁଥିବା ଅଭିଯୁକ୍ତମାନଙ୍କୁ ଆମେ ଅଟକ ରଖିଛୁ। ଡାକ୍ତରୀ ରିପୋର୍ଟ ଆସିବା ପରେ ସେମାନଙ୍କ ମଧ୍ୟରୁ କେହି ସାବାଳକ ଅଛନ୍ତି କି, ନାହିଁ ଆମେ ନିଶ୍ଚିତ ହେବୁ। ପଚରା ଉଚୁରା କରାଯିବାରୁ ସ୍ୱିସ୍‌ ଦମ୍ପତିଙ୍କ ଉପରକୁ ଢେଲା ଫିଙ୍ଗିଥିବା କଥା ସେମାନେ ସ୍ୱୀକାର କରିଥିଲେ।

ଅନ୍ୟ କେତେକ ସୂତ୍ରରୁ ଜଣାପଡ଼ିଛି ଯେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣକୁ ୧୭ ବର୍ଷ ଛଅ ମାସ ହୋଇଥିବାବେଳେ, ଅନ୍ୟ ଜଣେ, ତାଙ୍କ ବଡ଼ ଭାଇ ୧୮ ବର୍ଷରୁ ଊର୍ଦ୍ଧ୍ୱ। ଉଭୟ ଫତେପୁର ସିକ୍ରିର ଜାତୁଆନା ଗାଁ’ର ବାସିନ୍ଦା।

Photo Courtesy of India.com

ଏଫ୍‌ଆଇଆର୍‌ରେ ଉଲ୍ଲେଖ ଥିବା ପ୍ରସଙ୍ଗ ଦେଖି କେତେକ ବରିଷ୍ଠ ପୁଲିସ ଅଧିକାରୀ ଆଚମ୍ବିତ ହେଉଛନ୍ତି। ସେଥିରେ ଉଲ୍ଲେଖ ଅଛି ଯେ, ତରୁଣମାନେ ସେମାନଙ୍କୁ ଆକ୍ରମଣ କରିବାବେଳେ ସେ ଦମ୍ପତି ଏକ ବୁଦାରେ ପିଡିଏରେ ମଗ୍ନ ଥିଲେ। ଅର୍ଥାତ୍‌ ସର୍ବସାଧାରଣଙ୍କ ସମ୍ମୁଖରେ ସ୍ନେହ ଆଦାନ ପ୍ରଦାନ କରୁଥିଲେ। ପଶ୍ଚିମ ଗ୍ରାମୀଣ ଡିଏସ୍‌ପି ଅଖିଳେଶ ନାରାୟଣ ସିଂହ ମଧ୍ୟ କହିଛନ୍ତି ଯେ ଘଟନା ଘଟିବାବେଳେ ସ୍ୱିସ୍‌ ଦମ୍ପତି ବୁଦା ବେଷ୍ଟିତ ଏକ ନିକାଞ୍ଚନ ସ୍ଥାନରେ ଥିଲେ। ଯାହା ଜଣାପଡୁଛି ଅଭିଯୁକ୍ତମାନେ ତାଙ୍କୁ ଦେଖି ପକାଇ ନିର୍ବୋଧ ଭାବେ ଆକ୍ରମଣ କରିଥିଲେ।
ଜଣେ ନାବାଳକର ପିତା କହନ୍ତି: ମୋ ସାନ ପୁଅ ଅତି ନିର୍ବୋଧ କାମ କରି ପକାଇଛି। ସେ ଏମିତି କରିବା ଉଚିତ ନ ଥିଲା। କିନ୍ତୁ, ଏଥିରେ ଭୂମିକା ନେଇ ନ ଥିବା ମୋ ବଡ଼ ପୁଅକୁ ପୁଲିସ ଭୁଲ୍‌ବଶତଃ ଅଟକ ରଖିଛି।

ସମ୍ବନ୍ଧିତ ଖବର