ବରିଷ୍ଠ ନାଗରିକଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌

ଭୁବନେଶ୍ୱର: କ୍ୟାପିଟାଲ ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଜଣେ ଜଣେ ବରିଷ୍ଠ ନାଗରିକ ଲୁଟ୍‌ର ଶିକାର ହୋଇଛନ୍ତି। ତାଙ୍କ ନାଁ ପଞ୍ଚାନନ ସିଂହ। ଘର ଭରତପୁର ଅଞ୍ଚଳରେ। ସେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ସୂଚନାନୁଯାୟୀ, ପଞ୍ଚାନନ ଗତ ୧୪ ତାରିଖରେ ଏସବିଆଇର ମୁଖ୍ୟ କାର୍ଯ୍ୟାଳୟରୁ ୫୦ ହଜାର ଟଙ୍କା ଉଠାଣ କରି ଫେରୁଥିବା ବେଳେ ଜଣେ ଦୁର୍ବୃତ୍ତ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲା। ସେହି ବ୍ୟାଗ୍‌ରେ ଏଟିଏମ୍‌ କାର୍ଡ, ପାସ୍‌ବୁକ୍‌ ସମେତ ଅନ୍ୟାନ୍ୟ ଦରକାରୀ କାଗଜପତ୍ର ଥିଲା। ଏ ସଂପର୍କରେ ସେ ବ୍ୟାଙ୍କ କର୍ମଚାରୀଙ୍କୁ ଜଣାଇବାରୁ ସେମାନେ ତାଙ୍କ ଏଟିଏମ କାର୍ଡଟି ବ୍ଲକ କରି ଦେଇଥିଲେ। ଏନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ତାଙ୍କ ଅଭିଯୋଗ ରଖି ନଥିଲା। ଦୀର୍ଘ ଚାରି ଦିନ ଥାନକୁ ଦୌଡ଼ିଲା ପରେ ପୁଲିସ ଆଜି ତାଙ୍କ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର