୫୦ ଲକ୍ଷ ଠକେଇ ମାମଲା: ଜେଲ୍ ଗଲେ ଇଞ୍ଜିନିୟର

ଚନ୍ଦ୍ରଶେଖରପୁର: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଜଣେ ବରିଷ୍ଠ ଯନ୍ତ୍ରୀ ଗତକାଲି ସଂଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ହାତରେ ଗିରଫ ହୋଇଛନ୍ତି। ଗିରଫ ପରେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜଣକ ହେଲେ ପ୍ରଶାନ୍ତ କୁମାର ବାଘ। ସେ ଆଇଆର୍‌ସି ଭିଲେଜ୍‌ରେ ରହୁଥିବା ଚିତ୍ରସେନ ବାଘ ନାମକ ଠିକାଦାରଙ୍କୁ ୧୦ କୋଟି ଟଙ୍କାର ‌କାମ ଟେଣ୍ଡର କରାଇଦେବାକୁ ପ୍ରଲୋଭନ ଦେଖାଇ ୫୦ ଲକ୍ଷ ଟଙ୍କା ଠକି ନେଇଥିଲେ। ଏନେଇ ଠକାମିର ଶିକାର ହୋଇଥିବା ଚିତ୍ରସେନ୍ ତାଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରେ ଅଭିଯୁକ୍ତ ରହୁଥିବା ଚନ୍ଦ୍ରଶେଖରପୁର ରେଲୱେ କଲୋନିରୁ ଫେରାର୍ ହୋଇ ପାଖାପାଖି ଏକ ବର୍ଷ ବୁଲିବା ପରେ ଗତକାଲି ରାତିରେ ଧରାପଡ଼ିଥିଲେ। ଅଭିଯୁକ୍ତ ଜଣକ ଟେଣ୍ଡର ଫିକ୍ସିଂରେ ମଧ୍ୟ ପୂର୍ବରୁ ଲିପ୍ତ ଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର