ନାବଳିକାକୁ ଦୁଷ୍କର୍ମ ଉଦ୍ୟମ କରିବାରୁ ୫୦ବର୍ଷୀୟ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା

ହାଇଦ୍ରାବାଦ୍‌: ଏକ ଅଭାବନୀୟ ଘଟଣାକ୍ରମରେ, ଜଣେ ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ କରି ଶନିବାର ମୁତ୍ୟୁବରଣ କରିଛନ୍ତି ଅଭିଯୁକ୍ତ । ଘରେ ଏକା ପାଇ, ବିସ୍କୁଟ ଦେବା ବାହାନାରେ ଘର ପାଖରେ ରହୁଥିବା ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ ଜନୈକ ୫୦ବର୍ଷୀୟ ବୃଦ୍ଧ । ତେବେ, ଏହି ଘଟଣା ସାମ୍ନାକୁ ଆସିବା ପରେ ଗାଁ ଲୋକେ ବୃଦ୍ଧଙ୍କୁ ଗଛରେ ବାନ୍ଧିଦେବା ସହ ବାଡ଼ିରେ ପିଟି ପିଟି ପିଟି ହତ୍ୟା କରିଥିଲେ । ଏ ନେଇ ଅଭିଯୁକ୍ତଙ୍କ ପରିବାର ତରଫରୁ କୌଣସି ଏତଲା ରୁଜୁ ହୋଇ ନଥିବା ବେଳେ ପୋଲିସକୁ ଏ ଖବର ରବିବାର ମିଳିଥବା ସୂଚନା ମିଳିଛି । ଖବର ମିଳିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଡ଼ାକ୍ତରଖାନା ପଠାଇଥିବା ବେଳେ ପୀଡ଼ିତାଙ୍କୁ ଡ଼ାକ୍ତରୀମଇନା ପାଇଁ ପଠାଇଥବା ଜଣା ପଡ଼ିଛି।

ପୀଡ଼ିତାଙ୍କ ଡ଼ାକ୍ତରୀମଇନା ପରେ ତାଙ୍କ ସହ ଯୌନ ଅସଦାଚରଣ କରାଯାଇଥିବା ଡ଼ାକ୍ତର ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତଙ୍କୁ ୧୫-୨୦ ଜଣ ଯୁବକ ମାଡ଼ ମାରି ମୃତ୍ୟୁ ଘଟାଇଥିବା ବେଳେ ଗ୍ରାମର ୪୦୦ ଲୋକ ଦେଖଣାହାରୀ ସାଜିଥିଲେ । କିନ୍ତୁ, ପୋଲିସର ପଚରାଉଚରା ପରେ କେହି ବି ଘଟଣା ସଂପର୍କରେ କିଛି କହିବାକୁ ମନା କରି ଦେଇଥିଲେ ବୋଲି ପୋଲିସ ସୂଚନା ଦେଇଛି ।
ସୂଚନା ମୁତାବକ, ଅଭିଯୁକ୍ତ ୫୦ ବର୍ଷୀୟ ସୟାନା ୩ଥର ବିବାହ କରିସାରିଥିଲେ ସୁଦ୍ଧା ଏକା ରହୁଥିଲେ । ତାଙ୍କର ତୃତୀୟ ସ୍ତ୍ରୀଙ୍କୁ ସେ ନିର୍ଯାତନା ଦେଉଥିବାରୁ ସେ ତାଙ୍କୁ ଛାଡ଼ି ଚାଲିଯିବା ପରେ ସୟାନା ତା’ଙ୍କ ଭାଇଙ୍କ ଘରେ ରହୁଥିଲେ । ଶନିବାର ଘରପାଖରେ ରହୁଥିବା ଜଣେ ନାବାଳିକାଙ୍କୁ ଏକା ଦେଖି ସୟାନା ବିସ୍କୁଟ ଦେବା ବାହାନାରେ ନିଜ ପାଖକୁ ଡ଼ାକିଥିଲେ ।

News18.com

ଏହା ପରେ ସେ ସୁଯୋଗ ଦେଖି ନାବାଳିକାଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏହି ସମୟରେ ପୀଡ଼ିତାଙ୍କ ମା’ ଆସିଯିବାରୁ ସେ ଜୋରରେ ପାଟି କରି ଗାଁ ଲୋକଙ୍କୁ ଡ଼ାକିବା ସହ ଗାଁ ଲୋକ ଆସି ଅଭିଯୁକ୍ତଙ୍କୁ ଘରୁ ଟାଣି ନେଇ ଗଛରେ ବାନ୍ଧି ପିଟିଥିଲେ । ଅଭିଯୁକ୍ତଙ୍କର ଅଧିକ ରକ୍ତ ସ୍ରାବ ହୋଇଥିଲେ ମଧ୍ୟ ତା’ଙ୍କୁ କେହି ଡ଼ାକ୍ତରଖାନା ନେଇ ନଥିଲେ । ଯାହା ଫଳରେ ତା’ଙ୍କର ମୃତ୍ୟୁ ଘଟିଥିଲା ।

ସମ୍ବନ୍ଧିତ ଖବର