ନାବାଳିକା ଦୁଷ୍କର୍ମକାରୀ ଲୋକଙ୍କ କ୍ରୋଧରୁ ନିଜ ପରିବାରକୁ ରକ୍ଷା କରିବା ଲାଗି ଆତ୍ମହତ୍ୟା କଲେ

ଗୁଣ୍ଟୁର୍‌ : ଆନ୍ଧ୍ରପ୍ରଦେଶର ଗୁଣ୍ଟୁରରେ ଘଟିଥିବା ୫୦ ବର୍ଷିୟ ବ୍ୟକ୍ତିଙ୍କ ଦ୍ୱାରା ୯ ବର୍ଷର ନାବାଳିକାଙ୍କ ଦୁଷ୍କର୍ମ ଘଟଣାରେ ଆସିଛି ଏକ ଭିନ୍ନ ମୋଡ଼ । ଘଟଣା ସାମ୍ନାକୁ ଆସିବା ପରେ ଦୁଷ୍କର୍ମ ଅଭିଯୁକ୍ତ ଜଣକ ଉପାୟଶୂନ୍ୟ ହୋଇ ଆଜି ସକାଳେ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ପୂର୍ବରୁ ସେ ଶେଷ ଥର ପାଇଁ ତାଙ୍କର ଜଣେ ସଂପର୍କୀୟଙ୍କୁ ଫୋନ ଯୋଗେ ଏହାର ସୂଚନା ପ୍ରଦାନ କରିଥିଲେ । ଆସନ୍ତୁ ଜାଣିବା କ’ଣ ରହିଥିଲା ସଂପୂର୍ଣ୍ଣ ଘଟଣା ।

deccanchronicle

ଡ଼ାକ୍ତରୀ ଚିକତ୍ସା ପରେ ୯ ବର୍ଷର ନାବାଳିକାଙ୍କ ସହ ୫୦ ବର୍ଷର ପଡ଼ୋଶୀ ରିକ୍ସା ଚାଳକ ଶୁଭାଶିଷ ଦୁଷ୍କର୍ମ କରିଥିବା ପ୍ରମାଣିତ ହୋଇଥିଲା । ଡ଼ାକ୍ତରଙ୍କ ଅନୁଯାୟୀ ନାବାଳିକାଙ୍କର କ୍ଷତ ଏତେ ଗମ୍ଭୀର ରହିଛି ଯେ ତାଙ୍କର ଅସ୍ତ୍ରୋପଚାର କରିବାକୁ ପଡ଼ିବ। ବର୍ତ୍ତମାନ ଗୁଣ୍ଟୁର ସରକାରୀ ଡ଼ାକ୍ତରଖାନାରେ ନାବାଳିକା ଚିକିତ୍ସିତ ହେଉଛନ୍ତି। ଘଟଣାଟି ସର୍ବସମ୍ମୁଖକୁ ଆସିବ ପରେ ସ୍ଥାନୀୟ ବାସିନ୍ଦା ଶୁଭାଶିଷଙ୍କ ପୁଅଙ୍କୁ ପିଟିବା ସହ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ବୋଲି ଆବେଦନ କରିଥିଲେ । ଏପରିକି ଘଟଣାଟିର ତୁରନ୍ତ କାର୍ଯ୍ୟନୁଷ୍ଠାନ ପାଇଁ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଥିଲେ । ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ସ୍ଥାନୀୟ ବାସିନ୍ଦାଙ୍କର କ୍ରୋଧକୁ ଅଟକାଇ ପାରି ନଥିଲେ । ଅଭିଯୁକ୍ତ ଜଣଙ୍କ ଘଟଣାସ୍ଥଳରୁ ଫେରାର ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ କ୍ରୋଧରୁ ତାଙ୍କ ପରିବାର ସଦସ୍ୟଙ୍କ ବଞ୍ଚାଇବା ଲାଗି ଶେଷକୁ କିଛି ଉପାୟ ନ ପାଇଁ ଆତ୍ମହତ୍ୟାର ନିର୍ଣ୍ଣୟ ନେଇଥିଲେ ଅଭିଯୁକ୍ତ । ତେବେ ତାଙ୍କ ପାଖରୁ କିଛି ଆତ୍ମହତ୍ୟା ପତ୍ର ମିଳି ନ ଥିବା ବେଳେ ଘଟଣାଟିର ତଦନ୍ତ ଚଳାଇଛି ପୁଲିସ ।

ସମ୍ବନ୍ଧିତ ଖବର