ଘର ବାହାରେ ଶୋଇଥିବା ବେଳେ ଚାଷ ଜମିକୁ ଟାଣିନେଇ ୫୫ବର୍ଷୀୟା ମହିଳାଙ୍କୁ ଗଣଦୁଷ୍କର୍ମ

ନୋଏଡା : ଗ୍ରେଟର ନୋଏଡାରେ ଜଣେ ୫୫ବର୍ଷୀୟା ମହିଳା ଗଣଦୁଷ୍କର୍ମର ଶିକାର ହେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନର୍ଲେଜ ଥାନା ଅଞ୍ଚଳରେ ଥିବା କମ୍‌ବକ୍‌ସରପୁର ଗାଁରେ ଏହି ଘଟଣା ଘଟିଥିବା ବେଳେ ୫ଜଣ ଯୁବକ ତାଙ୍କ ସହ ଗଣଦୁଷ୍କର୍ମ କରିଥିଲେ ବୋଲି କହିଛନ୍ତି ପୀଡ଼ିତା । ଏହି ବର୍ବରତା ପରେ ମହିଳାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଏ ନେଇ ସୂଚନା ଦିଆ ଯିବା ପରେ ତଦନ୍ତ ଆରମ୍ଭ କରିଛି ପୁଲିସ ।

Sadhguru

ମିଳିଥିବା ସୂଚନା ଅନୁଯାୟୀ, ଦଳିତ ମହିଳା ଜଣକ ଶୁକ୍ରବାର ରାତିରେ ଘର ବାହାରେ ପଡ଼ିଥିବା ଖଟିଆ ଉପରେ ଶୋଇଥିଲେ । ରାତି ପ୍ରାୟ ୧୨ଟା ସମୟରେ ୫ଜଣ ଯୁବକ ଆସି ତାଙ୍କ ମୁହଁ ବନ୍ଦ କରିବା ସହ ତାଙ୍କୁ ପାଖ ଚାଷ ଜମିକୁ ନେଇ ଯାଇ ଗଣଦୁଷ୍କର୍ମ କରିବା ପରେ ସେଠାରେ ଫିଙ୍ଗି ଚାଲି ଆସିଥିଲେ । ଶନିବାର ସକାଳୁ ଗାଁ ଲୋକେ ପୀଡ଼ିତାଙ୍କୁ ଅଚେତ୍‌ ଅବସ୍ତାରେ ଦେଖି ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ପୁଲିସକୁ ସୂଚନା ଦିଆ ଯାଇଥିଲା । ୫ଜଣ ଅଭିଯୁକ୍ତଙ୍କ ନାଁ ସଚ୍ଚିନ୍‌, ରୋହିତ୍‌, ବିକାଶ, ଗୌରବ ଏବଂ ଅଜୟ ବୋଲି ଚିହ୍ନଟ କରାଯାଇ ସାରିଥିବା ବେଳେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର