ପ୍ରତିଶୋଧ ନେବା ପାଇଁ ନାବାଳିକାକୁ ବିବସ୍ତ୍ର ଓ ଲଣ୍ଡା କରି ଗୁପ୍ତାଙ୍ଗ କାଟି ବୁଲାଇଲେ ପଡୋଶୀ

ଅରରିୟା: ଗତକିଛି ଦିନ ତଳେ ବିହାରର ଆରା ଜିଲ୍ଲାରେ ଜଣେ ମହିଳାକୁ ଉଲଗ୍ନ କରି ରାସ୍ତାରେ ବୁଲାଯିବାର ଏକ ଘଟଣା ସାମ୍ନାକୁ ଆସିଥିଲା। ଏହି ମାମଲାକୁ ନେଇ ସରକାର ଓ ପୁଲିସ ବି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏସବୁ ସତ୍ତ୍ୱେ ବିହାରରେ ଏମିତି ଘଟଣା ଥମିବାର ନାମ ହିଁ ନେଉ ନାହିଁ। ନିକଟରେ ଅରରିୟାରୁ ଏମିତି ଏକ ଘଣ୍ଟା ସାମ୍ନାକୁ ଆସିିଛି ଯାହାକୁ ଶୁଣିଲେ ଆପଣଙ୍କ ଲୋମମୂଳ ଟାଙ୍କୁରି ଉଠିବ। ୧୬ବର୍ଷର ନାବାଳିକାକୁ ନିବସ୍ତ୍ର ଓ ଲଣ୍ଡା କରି ଗୁପ୍ତାଙ୍ଗ କାଟି ପ୍ରତିଶୋଧ ନେଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ବାସ୍ତବରେ ଏହି ଘଟଣା ଘଟାଇଥିବା ଅଭିଯୁକ୍ତ ହେଉଛନ୍ତି ପୀଡିତାର ପଡୋଶୀ। ଆଜକୁ ଦୁଇବର୍ଷ ପୂର୍ବରୁ ବିଷ ଖାଇ ପଡୋଶୀ ଘରେ ଜଣେ ଝିଅ ଆତ୍ମହତ୍ୟା କରିଥିଲା। ପଡୋଶୀ ଘରର ଲୋକମାନେ ଏହି ଘଟଣା ପୁଲିସକୁ ଲୁଚାଇ ରଖିଥିଲେ। କୌଣସି ଘଟଣାକୁ କେନ୍ଦ୍ର କରି ପୀଡିତା ସେହିଦିନର ଆତ୍ମହତ୍ୟା ଘଟଣାକୁ ପୁଲିସ ଆଗରେ କହି ଦେଇଥିଲା। ଏହାପରେ ପଡୋଶୀଘରକୁ ପୁଲିସ ଥାନାର ଚକ୍କର କାଟିବାକୁ ପଡ଼ିବା ସହିତ ସମାଜରେ ନିନ୍ଦା ସହିବାକୁ ପଡ଼ିଥିଲା। ଏହାର ରାଗରେ ସେମାନେ ପ୍ରତିଶୋଧ ନେବା ପାଇଁ ଏଭଳି କାଣ୍ଡ କରିଥିବା ପୀଡିତା ପୁଲିସରେ ଅଭିଯୋଗ କରିବା ସହିତ ଛଅଜଣଙ୍କ ନାମରେ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର